ଆସିଗଲା ଲୋ-ଭାରିଆଣ୍ଟ କୋଭିଡ୍ ଭୂତାଣୁ, ଥଣ୍ଡା-କାଶ ଲକ୍ଷଣ ଥିଲେ ଭିଡ଼କୁ ଯାଆନ୍ତୁନି..

କୋଭିଡ୍ ପାଇଁ ସତର୍କତା

ପୁରୀ: ବସିଥିଲା ରଥଯାତ୍ରା ସମନ୍ୱୟ ବୈଠକ। ଏହି ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ।

ସେ କହିଛନ୍ତି ଯେ, ଲୋ-ଭାରିଆଣ୍ଟ କୋଭିଡ ଭୂତାଣୁ ଆସିଛି। ଥଣ୍ଡା-କାଶ ଭଳି ଲକ୍ଷଣ ଥିଲେ ଭିଡ଼କୁ ନ ଗଲେ ଭଲ। ଗୁରୁତର ରୋଗୀ ଥିଲେ ଗହଳି ସ୍ଥାନକୁ ଯାଆନ୍ତୁନି। ମାସ୍କ ବାଧ୍ୟତାମୂଳକ ନୁହେଁ, ବ୍ୟବହାର କଲେ ଭଲ।

ତେବେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ ପରେ ଆଇନ ମନ୍ତ୍ରୀ ସୂଚନା ଜାରି କରି କହିଛନ୍ତି ଯେ, ପ୍ରାୟ ୮୦% ପସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଗୁଣ୍ଡିଚାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି ସରିବ। ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ନୟରେ କାର୍ଯ୍ୟ ଚାଲିଛି। ମହାପ୍ରଭୁ ନିଜେ ସବୁ କିଛି କରାନ୍ତି। ସବୁକିଛି ସୁରୁଖୁରୁରେ ହେବ।

୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ୧୫ଟି ଆଇସିୟୁ ବେଡର ବ୍ୟବସ୍ଥା ମଧ୍ୟ କରାଯାଇଛି। କୋଭିଡ୍ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ।