ଭୁବନେଶ୍ୱର: ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ଏ ନେଇ ନିର୍ଦ୍ଦେଶ ଜାରି କରିଛି ଶଇକ୍ଷା ବିଭାଗ ।
ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗର ଚିଠି ଜାରି । ପ୍ରଧାନ ଶିକ୍ଷକ, ଏସମସିଙ୍କ ଉପସ୍ଥିତିରେ ସିଆରସିସି ଓ ବିଇଓ ଖାଦ୍ୟ ଯାଞ୍ଚ କରିବେ ।
ରୋଷଶାଳାକୁ ସମ୍ପୂର୍ଣ୍ଣ ପରିସ୍କାର ଓ ବିଶୁଦ୍ଧିରଣ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଡିଇଓ, ବିଇଓ ଏବଂ ସିଆରସିସିନିରବଚ୍ଛିନ୍ନ କ୍ଷେତ୍ର ପରିୟଦର୍ଶନ କରି ଯାଞ୍ଚ କରିବେ ।
ସବୁ ବିଦ୍ୟାଳୟରୁ ଫୁଡ୍ ଟେଷ୍ଟିଂ ରେଜିଷ୍ଟର ରହିବ । ପିଲାଙ୍କ ଅଭିଭାବକ ବିଶେଷ କରି ମା’ ମାନେ ଖାଦ୍ୟ ଯାଞ୍ଚ କରିପାରିବେ ।