IAS ବିଷ୍ଣୁପଦଙ୍କ ପାଇଁ ବଢ଼ିଲା ଅଡୁଆ

ଓଡିଶାଭାସ୍କର: IAS ବିଷ୍ଣୁପଦଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ। 10 ଲକ୍ଷ ଟଙ୍କା ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ ରେଡ କରିଥିଲା CBI।

ଲାଞ୍ଚ ନେଇ ଏବେ ବହୁତ ବଡ ବଡ ଅଧିକାରୀମାନେ ଧରା ପଡୁଛନ୍ତି ଏବଂ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି।

ସେହିପରି ଆଉ ଏକ IAS ଅଧିକାରୀ ବିଷ୍ଣୁପଦଙ୍କୁ ମଧ୍ୟ 10 ଲକ୍ଷ ଲାଞ୍ଚ ଘଟଣା ପାଇଁ ତାଙ୍କ ଘରେ ରେଡ କରିଥିଲା CBI। ଯାହାଙ୍କ ଆବେଦନ ପତ୍ରକୁ ଖାରଜ କରିଛନ୍ତି ହାଇକୋର୍ଟ।

ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ରେଡ କରିଥିଲା CBI। CBI ରେଡକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ। ତା ସହିତ ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ।

ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଥିବାରୁ ହାଇକୋର୍ଟ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଲା।