ଗୋପାଳପୁରରେ ପୁଣି ଲଜ୍ଜା, ଗୋଟେ ମାମଲାର ସମାଧାନ ନହେଉଣୁ ଆଉ ଏକ ମାମଲା ମୁଣ୍ଡ ଟେକିଲାଣି

ଗୋପାଳପୁର:  ଗୋପାଳପୁରରେ ପୁଣି ଲଜ୍ଜା। ରାସ୍ତାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ଗୋପାଳପୁର-ଦିଗିପୁର ରାସ୍ତାରେ ଅସଦାଚରଣ ଅଭିଯୋଗ। ଗୋପାଳପୁର ଥାନାରେ ଅଭିଯୋଗ କଲେ ମହିଳା।

ତେବେ କିଛି ଦିନ ପୂର୍ବରୁ ଅର୍ଥାତ୍ ରଜରେ ଗୋପାଳପୁର ଲାଇଟ୍ ହାଉସ୍ ନିକଟରେ ୧୦ ଜଣ ଯୁବକ ଜଣେ ମହିଳାଙ୍କୁ ତାଙ୍କ ବୟଫ୍ରେଣ୍ଡଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ। ଯାହାକି ପୁରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ଯେଉଁ ମାମଲା ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଯାଇଛି। ଯାହାର ଏବେ ତଦନ୍ତ ଚାଲିଛି। ଏହି ମାମଲାର ଏଯାଏଁ ସମ୍ପୂର୍ଣ୍ଣ ତଦନ୍ତ ସରିନଥିବା ବେଳେ, ପୁଣିଥରେ ଜଣେ ମହିଳାଙ୍କୁ ରାସ୍ତା ଉପରେ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି।

ତେବେ ମହିଳା ଜଣଙ୍କ ଅସଦାଚରଣର ଶିକାର ହେବା ପରେ ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ବାଇକ୍ ଜବତ କରି ତଦନ୍ତ ଆରମ୍ଭ କରିଛି।