ସେୟାର ବଜାର ଉପରେ ପଡ଼ିଲା ଯୁଦ୍ଧର ପ୍ରଭାବ, ଖସିଲା ସେନସେକ୍ସ ଓ ନିଫ୍ଟି
କାରବାର ଆରମ୍ଭରୁ ୪୫୧ ପଏଣ୍ଟ ଖସିଲା ସେନସେକ୍ସ। ୧୪୬ ପଏଣ୍ଟ ହ୍ରାସ ପାଇଲା ନିଫ୍ଟି।
ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ଯୁଦ୍ଧ। ହେଲେ ପ୍ରଭାବ ସେୟାର ମାର୍କେଟ୍ ଉପରେ। ହଁ ସେୟାର ବଜାର ଉପରେ ପଡ଼ିଲା ଯୁଦ୍ଧର ପ୍ରଭାବ। ଖସିଲା ସେନସେକ୍ସ ଓ ନିଫ୍ଟି।
ଶୁକ୍ରବାର ଦିନ ଷ୍ଟକ ମାର୍କେଟରେ ଏକ ଚମତ୍କାର ପୁନରୁଦ୍ଧାର ଦେଖିବାକୁ ମିଳିଥିଲା। ସେନସେକ୍ସ ୧,୦୪୬.୩୦ ପଏଣ୍ଟ କିମ୍ବା ୧.୨୮% ବୃଦ୍ଧି ସହିତ ୮୨,୪୦୮.୧୭ ରେ ବନ୍ଦ ହୋଇଛି, ଯେତେବେଳେ ନିଫ୍ଟି ୫୦ ସୂଚକାଙ୍କ ୩୧୯.୧୬ ପଏଣ୍ଟ କିମ୍ବା ୧.୨୯% ବୃଦ୍ଧି ସହିତ ୨୫,୧୧୨.୪୦ ରେ ବନ୍ଦ ହୋଇଛି।
ହେଲେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ-ଇରାନ ଯୁଦ୍ଧର ଉତ୍ତେଜନା ଆହୁରି ବୃଦ୍ଧି ପାଇଛି, ଯାହାର ପ୍ରଭାବ ଆଜିର କାରବାରରେ ଦେଖିବାକୁ ମିଳିଛି।
ସେୟାର ବଜାରରେ ଯୁଦ୍ଧ ପ୍ରଭାବ ଦେଖିବାକୁ ମିଳିଛ। ସେୟାର ବଜାରରେ ପଡ଼ିଛି ଯୁଦ୍ଧର ପ୍ରଭାବ। ଖସିଲା ସେନସେକ୍ସ ଓ ନିଫ୍ଟି। କାରବାର ଆରମ୍ଭରୁ ୪୫୧ ପଏଣ୍ଟ ଖସିଲା ସେନସେକ୍ସ। ୧୪୬ ପଏଣ୍ଟ ହ୍ରାସ ପାଇଲା ନିଫ୍ଟି।