(Video) ଷ୍ଟୁପିଡ-ଷ୍ଟୁପିଡ କହି ଇସାରା କଲେ ସୁନୀଲ ଗାଭାସ୍କର, କଡ଼ା ଜବାବ ଦେଲେ ପନ୍ତ, ଦେଖନ୍ତୁ ଭିଡିଓ

ଋଷଭ ପନ୍ତଙ୍କୁ ଇସାରା କଲେ ସୁନୀଲ ଗାଭାସ୍କର, ଏହାର ଏମିତି ଉତ୍ତର ଦେଲେ ପନ୍ତ

ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଇତିହାସ ରଚିଛନ୍ତି। ପନ୍ତ ଧୂଆଁଦାର ଶତକୀୟ ଇନିଂସ ଖେଳିଛନ୍ତି।

ପନ୍ତ ମାତ୍ର ୧୩୦ ବଲରେ ଶତକ ମାରିଛନ୍ତି। ଏହାପରେ ଅଷ୍ଟ୍ରେଲିଆରେ ପନ୍ତଙ୍କୁ ଷ୍ଟୁପିଡ, ଷ୍ଟୁପିଡ କହୁଥିବା ଗାଭାସ୍କର ତାଙ୍କୁ ବ୍ୟାକଫ୍ଲିପ କରି ସେଲିବ୍ରେଟ କରିବାକୁ କହିଛନ୍ତି।

ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଗାଭାସ୍କର ପନ୍ତଙ୍କୁ ଇଂଗିତ କରି ବ୍ୟାକଫ୍ଲିପ କରି ସେଲିବ୍ରେଟ କରିବାକୁ କହୁଛନ୍ତି।

ହେଲେ ପନ୍ତ ଗାଭାସ୍କରଙ୍କ ନଶୁଣି, ଗାଭାସ୍କରଙ୍କୁ ଇଂଗିତ କରି କହିଛନ୍ତି ଯେ, ଆର ଥର ବ୍ୟାକଫ୍ଲିପ କରି ସେଲିବ୍ରେଟ୍ କରିବା।

ପନ୍ତ ଇଂଲଣ୍ଡ ବିପକ୍ଷରେ ୧୧୮ ରନର ଇନିଂସ ଖେଳିଛନ୍ତି। ପନ୍ତ ହାରାହାରି ୮୫ର ଷ୍ଟ୍ରାଇକ ରେଟରେ ରନ କରିଛନ୍ତି। ସେ ସମୁଦାୟ ୧୪୦ ବଲରେ ଖେଳିଛନ୍ତି। ଏହି ଇନିଂସରେ ପନ୍ତ ୧୫ଟି ଚୌକା ଏବଂ ତିନୋଟି ଛକ୍କା ମାରିଛନ୍ତି। ପନ୍ତ ଏହି ଶତକ ହାସଲ କରି ଇତିହାସ ରଚିଛନ୍ତି।