ମହିଳାମାନଙ୍କୁ ମାଲାମାଲ କରିଦେବ ଏହି ୩ଟି ଯୋଜନା, ନିବେଶ କରିବା ପୂର୍ବରୁ ଥରେ ଏହି ଆର୍ଟିକିଲକୁ ପଢନ୍ତୁ

ମହିଳାଙ୍କ ପାଇଁ ସବୁଠୁ ଭଲ ନିବେଶ ଯୋଜନା, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ସରକାରଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ସେଭିଙ୍ଗ ଯୋଜନାମାନ ପ୍ରଦାନ କରାଯାଉଛି। ଏଭଳି ସ୍କିମ ଉପଲବ୍ଧ ରହିଛି ଯେଉଁଥିରେ ମହିଳାମାନଙ୍କୁ ଅଧିକ ସୁଧର ଫାଇଦା ମିଳିବ।

ଯଦି ଆପଣ ଜଣେ ମହିଳା କିମ୍ବା ଘରର ଯେକୌଣସି ମହିଳାଙ୍କ ପାଇଁ ନିବେଶ କରିବାକୁ ଭାବୁଛନ୍ତି ତେବେ ଆସନ୍ତୁ ଜାଣିବା ୩ଟି ସ୍କିମ ବିଷୟରେ, ଯେଉଁଥିରେ ଆପଣଙ୍କୁ ଅଧିକ ରିଟର୍ଣ୍ଣ ମିଳିବ।

ଫିକ୍ସଡ ଡିପୋଜିଟ୍ ଯୋଜନା: ଆପଣ ଯଦି ନିଜର ଅତିରିକ୍ତ ଟଙ୍କା ବା ସ୍କୋଲାରସିପ୍ ହେଉ କି କୌଣସି ଏଜୁକେସନ ଟଙ୍କାକୁ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏଫଡି ଆପଣଙ୍କ ପାଇଁ ଉତ୍ତମ ରହିବ।

ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସୁଧ ପ୍ରଦାନ କରାଯାଇଥାଏ। ୬୦ ବର୍ଷରୁ ଅଧିକ ବୟସ ହେବାରେ ଆପଣଙ୍କୁ ୦.୫୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣର ଲାଭ ମିଳିପାରିବ।

ସିନିୟର ସିଟିଜେନ ସେଭିଙ୍ଗ ସ୍କିମ: ଯଦି ଆପଣଙ୍କ ବୟସ ୬୦ ବର୍ଷରୁ ଅଧିକ ତେବେ ଆପଣ ସିନିୟର ସିଟିଜେନ ସେଭିଙ୍ଗ ଯୋଜନାରେ ନିବେଶ କରିପାରିବେ।

ଏଥିପାଇଁ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବାକୁ ପଡ଼ିବ ଆପଣଙ୍କୁ। ସର୍ବନିମ୍ନ ନିବେଶ ୧୦୦୦ ଟଙ୍କା ରହିଛି ଏବଂ ସର୍ବାଧିକ ନିବେଶ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ। ଏଥିରେ ବାର୍ଷିକ ସୁଧ ୮.୨୦ ପ୍ରତିଶତ ମିଳିଥାଏ।

Sovereign Gold Bond: ସୁନା ଅଳଙ୍କାରକୁ କିଣିବା ବଦଳରେ ଆପଣ ସଭରେନ ଗୋଲ୍ଡ ବଣ୍ଡରେ ମଧ୍ୟ ନିବେଶ କରିପାରିବେ। ସୁନାରେ ନିବେଶ ପାଇଁ ଏହାକୁ ଏକ ସୁରକ୍ଷିତ ଉପାୟ ରୂପେ ବିବେଚନା କରାଯାଇଥାଏ।

ସଭରେନ ଗୋଲ୍ଡ ବଣ୍ଡ ଧାରକଙ୍କୁ ୨.୫୦ ପ୍ରତି ବର୍ଷ ସୁଧ ଭାବେ ଲାଭ ମିଳିଥାଏ। ଏଥିରେ ନିବେଶ କରୁଥିବା ଲୋକଙ୍କୁ ଅଧିକ ଫାଇଦା ମିଳିଥାଏ।