ବ୍ୟାନ୍ ହେଲା ପାରାସିଟାମଲ ଟାବଲେଟ 650mg ସମେତ ଏହି ୧୫ଟି ଔଷଧ! ଜାଣନ୍ତୁ ଡିଟେଲ୍ସ

ଖାଆନ୍ତୁନି ଏହି ଔଷଧ ମାର୍କେଟରେ ହେଲା ବନ୍ଦ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଏକ ବଡ଼ ସତର୍କତା ଜାରି କରାଯାଇଛି। ରିପୋର୍ଟ ମୁତାବକ, ୧୪ଟି ବିଭିନ୍ନ କମ୍ପାନୀର ଔଷଧ ଗୁଣାତ୍ମକ ମାନ ପୂରଣ କରିନାହିଁ। ରାଜ୍ୟ ସରକାର ଏହି ଔଷଧଗୁଡ଼ିକର ବିକ୍ରୟ, ବ୍ୟବହାର ଏବଂ ସଂରକ୍ଷଣକୁ ତୁରନ୍ତ ନିଷିଦ୍ଧ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।

ଫାର୍ମାସି, ହୋଲସେଲର, ଡାକ୍ତର, ହସ୍ପିଟାଲ ଏବଂ ନର୍ସିଂ ହୋମଗୁଡ଼ିକୁ ଏହି ଚେତାବନୀ ଦେଇଛି State Food Safety and Drug Administration Department।

ଏହି ବିଭାଗ ସମସ୍ତ ସମ୍ପୃକ୍ତ ସଂସ୍ଥା ଗୁଡ଼ିକକୁ କହିଛି ଯେ, ଯଦି ସେମାନଙ୍କ ପାଖରେ ଏହି ସନ୍ଦିଗ୍ଧ ଔଷଧର ଷ୍ଟକ୍ ଅଛି, ତେବେ ତୁରନ୍ତ ନିକଟତମ ଔଷଧ ନିରୀକ୍ଷକ କିମ୍ବା ସହାୟକ ଔଷଧ ନିୟନ୍ତ୍ରକଙ୍କୁ ରିପୋର୍ଟ କରନ୍ତୁ।

ନିମ୍ନମାନର ବୋଲି ଜଣାପଡିଥିବା ଔଷଧଗୁଡ଼ିକ ମଧ୍ୟରେ Compound Sodium Lactate Injection (Batch No KI124110) by Ultra Laboratories, Injection Solution by Tam Bran Pharmaceuticals, Pomol-650 (Paracetamol Tablets 650mg) by Aban Pharmaceuticals (Batch No 13-4536) and MITO Q7 Syrup by Bion Therapeutics India (Batch No CHS-40170) ଅନ୍ତର୍ଭୁକ୍ତ।

ଜନସାଧାରଣଙ୍କୁ ନିବେଦନ: ସରକାର ସାଧାରଣ ଜନତାଙ୍କୁ ମଧ୍ୟ ଏହି ବ୍ରାଣ୍ଡର ଔଷଧ ସେବନ ନକରିବାକୁ ନିବେଦନ କରିଛନ୍ତି। ଯଦି ସେମାନଙ୍କ ପାଖରେ ଏପରି କୌଣସି ଔଷଧ ଅଛି, ତେବେ ତୁରନ୍ତ ଫେରାଇ ଦିଅନ୍ତୁ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ।