ବାପାକୁ ମାରି ଟଙ୍କା ଦେ…ପ୍ରେମିକ ସହ ହୋଟେଲ ରୁମରେ ନାଚୁଥିଲା ସ୍ତ୍ରୀ, Video ଦେଖି ସ୍ୱାମୀ କଲା ଏମିତି
ପ୍ରେମିକ ସହ ରାସଲୀଳା, ସ୍ୱାମୀ ନିର୍ଯାଚନା । ଶେଷରେ ଆତ୍ମହତ୍ୟାର ବାଟ ବାଛିଲା ସ୍ୱାମୀ ।
ଓଡ଼ିଶା ଭାସ୍କର: କୌଣସି ସ୍ଥାନକୁ ବୁଲିଗଲେ ଭିଡିଓ, ଖାଇଲେ ଭିଡିଓ ଆଜିକାଲି ମଣିଷ ପ୍ରତ୍ୟେକ କାମ କରିବାବେଳେ ଭିଡିଓ ଓ ଫଟୋ ଉଠାଇବା ଏକ ଟ୍ରେଣ୍ଡ ପାଲଟିଛି । ଯେଉଁ କାରଣରୁ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଅନେକ ସଙ୍ଗିନ ଘଟଣା ମଧ୍ୟ ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକମାନେ ଭିଡିଓ କରି ନିଜ ଜୀବନ ହାରୁଛନ୍ତି । ଏକାଧିକ ଘଟଣା କିଛି ମାସରେ ଘଟିଥିବାବେଳେ ଏବେ ପୁଣି ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି ।
ହରିୟାଣା କରନାଲର ଏ ଘଟଣା । ମଗନ ନାମକ ଜଣେ ଯୁବକ ସ୍ତ୍ରୀ ଅତ୍ୟାଚାର ସହି ନ ପାରି ପ୍ରାଣ ହାରଇଛନ୍ତି । ସ୍ତ୍ରୀ ଦିବ୍ୟା ବୟଫ୍ରେଣ୍ଡ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ମଗନଙ୍କ ପାଖକୁ ପଠାଇଲା ।
ଖବର ମୁତାବକ, ମଗନଙ୍କ ଭିଡିଓ ଅପେକ୍ଷା ଦିବ୍ୟା ପ୍ରେମିକ ସହ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ବେଶୀ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକ ନିଜର ଅଧିକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
ଭିଡିଓରେ ଦିବ୍ୟା ଓ ତାଙ୍କ ପ୍ରେମିକ ଦୀପକ ସେକ୍ସ କରିବା ସହ ନାଚୁଥିବାର ଦେଖିବାକୁ ମିଳିଛି । ଏହାଛଡ଼ା ପ୍ରିୟା ବାରମ୍ବାର ମଗନଙ୍କୁ ଟଙ୍କା ମାଗୁଥିଲା । ସେ କହୁଥିଲା, ତୋ ବାପାକୁ ମାରି ଦେ, ତାଙ୍କ ଜମି ବିକ୍ରି କରି ପଇସା ପଠା । ସେମାନଙ୍କ ପିଲାମାନେ ଜେଜେଙ୍କ ପାଖରେ ରହିବା ଦରକାର ବୋଲି ମଗନ କହିଛନ୍ତି ।
ଏସବୁ ଧମକରେ ଅତିଷ୍ଟ ହୋଇ ଶେଷରେ ହାର୍ ମାନିନେଲା ମଗନ । ଭିଡିଓରେ ସବୁ କଥା କହି ଦଉଡ଼ିରେ ଝୁଲିପଡ଼ିଲା । ପ୍ରିୟାର ପ୍ରେମିକ ଦୀପକ ଔରଙ୍ଗାବାଦ୍ ଥାନାରେ ଚାକିରି କରେ । ସେହିପରି ଦିବ୍ୟା ଜଣେ ବାର୍ ଡାନ୍ସର ବୋଲି ଜଣାପଡ଼ିଛି ।
ପ୍ରମାଣ ଓ ସାକ୍ଷୀ ଆଧାରରେ ସ୍ଥାନୀୟ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ମଗନ ଓ ଦିବ୍ୟାର ଭିଡିଓ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।
पत्नी ने प्रेमी के साथ भेजी वीडियो,तो बर्दास्त नही कर पाया पति,वीडियो बना की आत्महत्या pic.twitter.com/hXdcj7NFb9
— ताई रामकली (@haryanvitai) June 25, 2025