କିଏ ନେବ ମନମୋହନଙ୍କ ସ୍ଥାନ? ଜୁଲାଇ ୧ ପରେ ସାମ୍ନାକୁ ଆସିବେ ନୂଆ ସଭାପତି

ଭୁବନେଶ୍ୱର: ଆସନ୍ତା କାଲିଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ଦେଲେ ସୂଚନା ।

ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ନିର୍ବାଚନ ପ୍ରକ୍ରିୟା ୩ ଦିନ ଧରି ଚାଲିବ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ଜୁଲାଇ ୧ ସୁଦ୍ଧା ରାଜ୍ୟରେ ସଙ୍ଗଠିତ ପ୍ରକ୍ରିୟା ଶେଷ ହେବ । ଏ ନେଇ ବିହାର ସାଂସଦ ସଞ୍ଜୟ ଜୟଶ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି ।

ତେବେ ଓଡ଼ିଶାରେ ରାଜ୍ୟ ବିଜେପି ସଭାପତି କିଏ ହେବ ତାକୁ ନେଇ ବଡ଼ ପ୍ରଶ୍ନ ଉଙ୍କିମାରୁଛି ।

ବର୍ତ୍ତମାନର ରାଜ୍ୟ ସଭାପତି ଥିବା ମନମୋହନଙ୍କ ଜାଗା କାହାକୁ ଦିଆଯିବ ସେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।