ଜଲଦି ଚେକ୍ କରନ୍ତୁ ପେଟ୍ରୋଲ-ଡିଜେଲ ଦର, ଅନେକ ସ୍ଥାନରେ କମିଲା ମୂଲ୍ୟ

ପେଟ୍ରୋଲ ପକାଇବାକୁ ଯାଉଛନ୍ତି କି ? ତେବେ ଟାଙ୍କି ଭରିବା ପୂର୍ବରୁ ଜାଣି ରଖନ୍ତୁ ଆଜିର ତେଲ ଦର କେତେ ଅଛି ।

ଭୁବନେଶ୍ବର: ପେଟ୍ରୋଲ ପକାଇବାକୁ ଯାଉଛନ୍ତି କି ? ତେବେ ଟାଙ୍କି ଭରିବା ପୂର୍ବରୁ ଜାଣି ରଖନ୍ତୁ ଆଜିର ତେଲ ଦର କେତେ ଅଛି । ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଥାଏ । ଆଉ ସେହି ଅନୁସାରେ ଦେଶ ତଥା ରାଜ୍ୟରେ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ ।

ତେବେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର 100.98 ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା 92.56 ପଇସା ରହିଛି । ଏପରିକି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ତେବେ ଭୁବନେଶ୍ୱରରେ ମଧ୍ୟ ଆଜି ପେଟ୍ରୋଲ-ଡିଜେଲ ଦାମ୍ ସ୍ଥିର ଥିବା ଜଣାପଡ଼ିଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 94 ଟଙ୍କା 77 ପଇସା ଓ ଡିଜେଲ ଦର 87 ଟଙ୍କା 67 ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 103 ଟଙ୍କା 50 ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା 90.03 ଟଙ୍କା ରହିଛି ।

ସେହିପରି କୋଲକାତାରେ ପେଟ୍ରୋଲ ଦର 105.41 ଟଙ୍କା ଥିବାବେଳେ ଡିଜେଲ ଦର 92 ଟଙ୍କା 02 ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର 100 ଟଙ୍କା 80 ପଇସା ଥିବା ବେଳେ ଡିଜେଲ ଦାମ 92 ଟଙ୍କା 39 ପଇସା ରହିଛି ।

ପ୍ରତ୍ୟେକ ଦିନ ସକାଳ 6ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।