ରଥଯାତ୍ରା: ଦଳାଚକଟାରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? NHRCରେ ମାମଲା

ଶରଧାବାଲି ଦଳାଚକଟାରେ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲା ମାମଲା ।

ପୁରୀ: ଶରଧାବାଲି ଦଳାଚକଟାରେ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲା ମାମଲା । ମାମଲା ଦାୟର କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ଠେଲାପେଲାରେ 3 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏକାଧିକ ଆହତଙ୍କର ଚାଲିଛି ଚିକିତ୍ସା।

ତେବେ ମୃତକଙ୍କୁ 30 ଲକ୍ଷ ଲେଖାଏଁ ସହାୟତା ଦାବି ହୋଇଥିବା ବେଳେ ଆହତଙ୍କୁ 2 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦାବି ହୋଇଛି । ଏପଟେ ପ୍ରଶାସନ ଓ ପୋଲିସର ଅବହେଳାରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ।

ରଥଯାତ୍ରାରେ ବେଆଇନ ଭାବେ ପାସ ବଣ୍ଟନ କରାଯାଇଛି। ଯେଉଁଥିପାଇଁ କର୍ଡନରେ ଗାଡ଼ି ପଶୁଥିବା ଦେଖିବାକୁ ମିଳୁଛି।