ନୂଆଦିଲ୍ଲୀ: ପୁରୀ ଶରଧା ବାଲି ଦଳାଚକଟା ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏକ୍ସରେ ଏକ ପୋଷ୍ଟ ଶେୟାର କରି ରାହୁଲ ଘଟଣାକୁ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ଶୋକ ବ୍ୟକ୍ତ କରିଛନ୍ତି ।
ଏଥିସହ ଓଡ଼ିଶା ସରକାର ଘଟଣାରେ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଏଥିରେ ଓଡ଼ିଶା କଂଗ୍ରେସ ନେତାମାନେ ଯଥାସମ୍ଭବ ସାହାଯ୍ୟ କରନ୍ତୁ ବୋଲି ରାହୁଲ କହିଛନ୍ତି ।
ଏ ଘଟଣା ଲୋକମାନଙ୍କ ପାଇଁ ଏକ ଗଭୀର ଚେତାବନୀ । ଏ ପ୍ରକାର ବିଶାଳ ଆୟୋଜନରେ ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଭକ୍ତଙ୍କ ଜୀବନ ରକ୍ଷା ସବୁଠାରୁ ପ୍ରଥମ, ଯେଉଁଥିରେ କୌଣସି ଅବହେଳା ଗ୍ରହଣିୟ ନୁହେଁ ।
ଅଘଟଣ ପରେ ମୋହନ ସରକାରଙ୍କ ତରଫରୁ ପୁରୀରେ ନୂଆ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ଯାତ୍ରା ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି ।
पुरी में रथ यात्रा के दौरान हुई भगदड़ की घटना अत्यंत दुखद है। शोक संतप्त परिवारों के प्रति मेरी गहरी संवेदना और घायल श्रद्धालुओं के शीघ्र स्वस्थ होने की आशा करता हूं।
ओडिशा सरकार से अपील है कि राहत कार्यों में तेजी लाए और कांग्रेस कार्यकर्ताओं से आग्रह है कि वो इसमें हर संभव मदद…
— Rahul Gandhi (@RahulGandhi) June 29, 2025