ମୃତ୍ୟୁ ପରେ କେଉଁ ଅଙ୍ଗ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ? ଆସନ୍ତୁ ଜାଣିବା

ମରିବା ପରେ ମଧ୍ୟ ଜୀବିତ ରହିଥାଏ ଏହି ସବୁ ଅଙ୍ଗ

ଓଡିଶାଭାସ୍କର: ମରିବା ପରେ ମଧ୍ୟ ମଣିଷର ଅଙ୍ଗ ଜୀବିତ ରହିଥାଏ। ଆଜ୍ଞା ହଁ, ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୁଏ, ସେତେବେଳେ ଶରୀରର ସମସ୍ତ ଅଙ୍ଗ ଏକାଥରେ କାମ କରିବା ବନ୍ଦ କରିନଥାଏ। କିଛି ଅଙ୍ଗ ଏପରି ଅଛି ଯାହା ମୃତ୍ୟୁ ପରେ ମଧ୍ୟ କିଛି ଘଣ୍ଟା ପାଇଁ ଜୀବିତ ରହିଥାଏ ଏବଂ ଯଦି ସେସବୁ ଠିକ ସମୟ ମଧ୍ୟରେ ଆଉ ଜଣଙ୍କ ଦେହରେ ଲଗାଯାଏ ତେବେ ସେ ଲୋକର ଜୀବନ ମଧ୍ୟ ବଞ୍ଚି ଯାଇ ପାରିବ।

ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲର ଫୋରେନସିକ୍ ମେଡିସିନ୍ ବିଭାଗର ଡାକ୍ତର ବି.ଏନ୍. ମିଶ୍ର କହିଛନ୍ତି ଯେ, ମୃତ୍ୟୁର ଏକ ଘଣ୍ଟା ମଧ୍ୟରେ ଚର୍ମର ରଙ୍ଗ ଫିକା ପଡେ, ଶରୀରର ତାପମାତ୍ରା ହ୍ରାସ ପାଏ, ମାଂସପେଶୀର ସ୍ଥିରତା ହ୍ରାସ ପାଏ, ଲିଭର କାମ କରିବା ବନ୍ଦ କରିଦିଏ।

କିନ୍ତୁ ଯଦି ଏହାକୁ ସଠିକ ସମୟରେ ମୃତଦେହରୁ ବାହାର କରିଦିଆଯିବ ତାହେଲେ ତାହା ଆଉ ଜଣଙ୍କ ଦେହରେ ଲଗାଯାଇପାରିବ।

ମୃତ୍ୟୁ ପରେ, ପ୍ରତି ମିନିଟରେ ଶରୀରରେ କିଛି ନା କିଛି ପରିବର୍ତ୍ତନ ଦେଖାଦିଏ। ଆମର ହାର୍ଟ ପ୍ରଥମେ କାମ କରିବା ବନ୍ଦ କରିଦିଏ। ହାର୍ଟ ପରେ, ଆମର ଫୁସଫୁସ କାମ କରିବା ବନ୍ଦ କରିଦିଏ।

ଯେତେବେଳେ ଫୁସଫୁସ କାମ କରିବା ବନ୍ଦ କରିଦିଏ, ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦିଏ କାରଣ ମସ୍ତିଷ୍କକୁ କାମ କରିବା ପାଇଁ ଅମ୍ଳଜାନ ଆବଶ୍ୟକ ହୁଏ, ଯାହା ହାର୍ଟ କାମ କରିବା ବନ୍ଦ ହେବା ପରେ ତାହା ପାଏ ନାହିଁ।

ଏହା ପରେ, ଆମ ଶରୀରରେ ହୃଦୟ ପମ୍ପିଂ ବନ୍ଦ ହେବା ଯୋଗୁଁ ରକ୍ତ ଶରୀରର ନିମ୍ନ ଅଂଶକୁ ସ୍ଥାନାନ୍ତରିତ ହେବା ଆରମ୍ଭ କରେ। ଏହି ପ୍ରକ୍ରିୟାକୁ ଲିଭର ମର୍ଟସ୍ କୁହାଯାଏ।

କେଉଁ ଅଙ୍ଗ କେତେ ସମୟ ଜୀବିତ ରୁହେ?

ମସ୍ତିଷ୍କ: 3-7 ମିନିଟ୍

ହାର୍ଟ: 4-6 ଘଣ୍ଟା

ଫୁସଫୁସ: 4-8 ଘଣ୍ଟା

ଲିଭର: 8-12 ଘଣ୍ଟା

ବୃକକ୍– 24-36 ଘଣ୍ଟା

ଚର୍ମ: 24 ଘଣ୍ଟା

ଆଖି: 4-6 ଘଣ୍ଟା