ସକାଳୁ ଠିକରେ ପେଟ ସଫା ହେଉନି? ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏହିସବୁ ଜିନିଷ

ସକାଳୁ ପେଟ ସଫା ହେଉନଥିଲେ ଆପଣାନ୍ତୁ ଏହିସବୁ ଉପାୟ

ଓଡିଶା ଭାସ୍କର: ପ୍ରାୟତଃ ଲୋକଙ୍କଠାରେ ସକାଳୁ ପେଟ ସଫା ନହେବା ଭଳି ସମସ୍ୟା ଦେଖାଦେଇଥାଏ। ସକାଳୁ ପେଟ ସଫା ନହେଲେ ଦିନ ସାରା ଚିଡ଼ଚିଡ଼ା, ଥକ୍କା ଲାଗିବା ଏବଂ ପେଟ ଫୁଲିଥାଏ। ପେଟ ସଫା ନହେବା ଏବଂ ପାଚନ ପ୍ରକ୍ରିୟା ଖରାପ ହେବାର କାରଣ ହେଉଛି ଆଜିକାଲିର ଖାଦ୍ୟ ଏବଂ ଖରାପ ଜୀବନଶୈଳୀ।

ଯଦି ସକାଳୁ ପେଟ ସଫା ନହୁଏ ତେବେ ଦିନସାରା କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ କିମ୍ବା କିଛି ଖାଇବାକୁ ମଧ୍ୟ ଇଚ୍ଛା ହୁଏ ନାହିଁ। ଯଦି ଆପଣ ମଧ୍ୟ ପେଟରେ ଥିବା ମଇଳା ସଫା କରିବାକୁ ଚାହାଁନ୍ତି ତେବେ ଏହି ସବୁ ଉପାୟ ଆପଣାନ୍ତୁ।

ରାତିରେ ଶୋଇବା ପୂର୍ବରୁ ଏହି ସବୁ ପିଅନ୍ତୁ
1. ଏକ ଗ୍ଲାସ୍ ଉଷୁମ ପାଣିରେ ଅଧା ଲେମ୍ବୁ ଏବଂ ଏକ ଚାମଚ ମହୁ ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ। ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ ଏବଂ ସକାଳେ ଠିକ ଭାବରେ ପେଟ ସଫା ହୋଇଥାଏ।

2. ତ୍ରିଫଳା ପାଉଡର ଅନ୍ତନଳୀ ସଫା କରିବାରେ ରାମବାଣ ପରି କାମ ଦେଇଥାଏ, ତେଣୁ ରାତିରେ ୧ ଚାମଚ ତ୍ରିଫଳା ପାଉଡର ଉଷୁମ ପାଣି ସହିତ ପିଅନ୍ତୁ।

3. ଶୋଇବା ପୂର୍ବରୁ ଗୋଟିଏ ଚାମଚ ପାନମଧୁରୀ ପାଣିରେ ଫୁଟାଇ ଛାଣିକି ପିଅନ୍ତୁ। ଏହା ଗ୍ୟାସ ଏବଂ ବଦହଜମୀ ଦୂର କରେ।

4. ଏକ ଗ୍ଲାସ ଗରମ କ୍ଷୀରରେ ୧ ଚାମଚ ଦେଶୀ ଘିଅ ମିଶାଇ ପିଇବା ଦ୍ୱାରା ଅନ୍ତନଳୀ ସତେଜ ହୁଏ ଏବଂ ସକାଳେ ଅନ୍ତନଳୀ ଗତି ସହଜ ହୁଏ।

5. ଦିନସାରା ୮-୧୦ ଗ୍ଲାସ ପାଣି ପିଅନ୍ତୁ

6. ପ୍ରତିଦିନ 30 ମିନିଟ୍ ଚାଲନ୍ତୁ କିମ୍ବା ଯୋଗ କରନ୍ତୁ।

7. ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ