ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା, ଖରାପ ବ୍ୟବହାର କରିଥିଲେ କହିଲେ ଜଗନ୍ନାଥ ପ୍ରଧାନ
BMC ଆଟାକ୍ ଘଟଣାରେ ମୁହଁ ଖୋଲିଲେ ଜଗନ୍ନାଥ ପ୍ରଧାନ ।
ଭୁବନେଶ୍ବର: BMC ଆଟାକ୍ ଘଟଣାରେ ମୁହଁ ଖୋଲିଲେ ଜଗନ୍ନାଥ ପ୍ରଧାନ । BMC ଅତିରିକ୍ତ କମିଶନର ରତ୍ନାକର ସାହୁ ଖରାପ ବ୍ୟବହାର କରିଥିଲେ ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଜଣେ ସ୍ବଚ୍ଛ ସାଥୀ ଭଉଣୀଙ୍କୁ ସେ ଦୁର୍ବ୍ୟବହାର କରିଥିଲେ । ଏନେଇ ଜଗନ୍ନାଥ ପ୍ରଧାନ ରତ୍ନାକର ସାହୁଙ୍କୁ ଫୋନ କରିଥିଲେ ।
ସେତେବେଳେ ଜଗନ୍ନାଥ ପ୍ରଧାନଙ୍କୁ ରତ୍ନାକର ସାହୁ କହିଥିଲେ, “ମୋତେ ତମେ କିଏ, କାହିଁକି ପଚାରୁଛ କହି ବ୍ୟବହାର ଖରାପ କରିଥିଲେ । ” ସେଥିପାଇଁ ସୋସିଆଲ ମିଡିଆରେ ଗୋଟିଏ ହାତରେ ତାଳି ବାଜେନି ଲେଖିଥିଲେ ଜଗନ୍ନାଥ ।
୩୪ ନଂ ୱାର୍ଡ ସ୍ବଚ୍ଛ ସାଥୀଙ୍କୁ କରିଥିଲେ ଆକ୍ଷେପ- ୩୪ ନଂ ୱାର୍ଡ ସ୍ବଚ୍ଛ ସାଥୀ ଭଉଣୀଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ । କାହିଁକି ବିଜେପି ରାଲିକୁ ଯାଉଛ କହି ତାଗିଦ ମଧ୍ୟ କରିଥିଲେ । ସ୍ବଚ୍ଛ ସାଥୀ ଭଉଣୀ ଜଣଙ୍କ ଖାରବେଳନଗର ଥାନାରେ ଏତଲା ମଧ୍ୟ କରିଛନ୍ତି । ଆଉ ଯେତେବେଳେ ମୁଁ ଏକଥା ଫୋନ୍ରେ ପଚାରିଲି, ତମେ କିଏ ବୋଲି କହିଲେ ବୋଲି ସେ କହିଛନ୍ତି ।
ସ୍ବଚ୍ଛ ସାଥୀଙ୍କ ଅଭିଯୋଗ- BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାଁରେ ସ୍ବଚ୍ଛ ସାଥୀଙ୍କ ଅଭିଯୋଗ କରିଛନ୍ତି । ସେ ଚାକିରିରୁ ବାହାର କରି ଦେବାକୁ ଧମକ ଚମକ ଦେଉଥିବା ନେଇ ସେ କହିଛନ୍ତି ।
ମୋଦିଙ୍କ ରାଲିକୁ କାହିଁକି ଲୋକ ନେଉଛ ଚାକିରି ଚାଲିଯିବ କହୁଥିଲେ । ୩୪ ନଂ କର୍ପୋରେଟର ଓ ତାଙ୍କ ସ୍ବାମୀଙ୍କ ଜରିଆରେ ଧମକାଉଥିଲେ ।
ମୁଁ ବିଜେପି ରାଲିକୁ ୬୦/୭୦ ଲୋକ ନେଇ ଯିବାରୁ ରାଗୁଥିଲେ । ମୁଁ ଏବାବଦରେ ଜଗା ଭାଇଙ୍କୁ ଦେଖା କରି ଫେରାଦ ହୋଇଥିଲି ।
ଜଗା ଭାଇ ଫୋନ୍ କରିବାରୁ ରତ୍ନାକର ସାର୍ ତାଙ୍କୁ ବ୍ୟବହାର ଖରାପ କଲେ । ଆମକୁ ନ୍ୟାୟ ନମିଳିଲେ ଧାରଣା ଦେବୁ ସାଥି କହିଛନ୍ତି ।