ORS ସଂଘ ଆନ୍ଦୋଳନରୁ ଓହରିଲା, କିନ୍ତୁ ନିଜ ଜିଦରେ ଏବେବି ଅଟଳ ଅଛି OAS ସଂଘ
" ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଶୀଘ୍ର ଗିରଫ କର"।
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲା ORS ସଂଘ। ଓଆରଏସ୍ ସଂଘ ଆନ୍ଦୋଳନରୁ ଓହରିଲା। ଜରୁରୀ ସେବାରେ ଯୋଗଦେବା ନେଇ ସଂଘ ଆନ୍ଦୋଳନରୁ ଓହରିଛି।
ରାଜସ୍ୱ ମନ୍ତ୍ରୀ ସୁରେଷ ପୂଜାରୀଙ୍କ ଅନୁରୋଧ କ୍ରମେ କାର୍ଯ୍ୟରେ ଯୋଗଦେବେ ORS ଅଫିସର। ରଥଯାତ୍ରା ଓ ବନ୍ୟାଞ୍ଚଳରେ ଅଫିସର କାର୍ଯ୍ୟରେ ଯୋଗଦେବେ। ହେଲେ ଆନ୍ଦୋଳନରୁ ସିନା ଓହରିଛନ୍ତି, ହେଲେ ଏବେବି OAS ସଂଘର ଦାବିକୁ ସମର୍ଥନ କରୁଛି ଓଆରଏସ୍ ସଂଘ।
ସେପଟେ ଏବେବି ନିଜ ଦାବିରେ ଅଟଳ ରହିଛି OAS ସଂଘ। BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ OAS ସଂଘର ଚେତାବନୀ। ସଂଘର ବୈଠକରେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ ଦାବି କରିଛି ସଂଘ।
ଏହାସହ ଗିରଫ ନେଇ ସରକାରଙ୍କୁ ଦାବି କଲେ OAS ସଂଘ। ଅଫିସରଙ୍କୁ ସୁରକ୍ଷା ଯୋଗାଇବାକୁ ମଧ୍ୟ ଦାବି ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବାକୁ ପ୍ରସ୍ତାବ ପାରିତ ହୋଇଛି।
OAS ସଂଘ ପକ୍ଷରୁ ଦିଆଯାଇଥିବା ଦାବି ପତ୍ରରେ ଉଲ୍ଲେଖ ରହିଛି ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ, ସାଧାରଣ ସେବା ବ୍ୟବସ୍ଥା ଉପରେ ହୋଇଛି। ତେଣୁ ଫିଲ୍ଡରେ କାର୍ଯ୍ୟରତ ଅଫିସରଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ଦାବି କରାଯାଇଛି।
କେବଳ ସେତିକି ନୁହେଁ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ OAS ଅଫିସର ଛୁଟିରେ ରହିବେ। ସରକାର ଗୁରୁତର ସହ ନେଇ ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶାବାଦୀ ରହିଛି ସଂଘ।