ଗୋଟିଏ ଘରୁ ମିଳିଲା ୪ ଜଣ ପୁରୁଷଙ୍କ ମୃତଦେହ, ଘଟଣାସ୍ଥଳରେ ପୋଲିସର ଛାନଭିନ୍‌

ଗୋଟିଏ ରୁମରୁ ଉଦ୍ଧାର ହେଲା ୪ ଜଣ ଯୁବକଙ୍କ ମୃତଦେହ

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଘରୁ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଠାରେ ଚାରି ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

କୁହାଯାଉଛି ଯେ, ଏହି ଚାରିଜଣଙ୍କ ମୃତ୍ୟୁ ସଫୋକେସନ ଅର୍ଥାତ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ପୂର୍ଣ୍ଣ ମାମଲା: ମିଳିଥିବା ସୂଚନା ମୁତାବକ, ମୃତ ଚାରିଜଣ ପୁରୁଷ ଏବଂ ଏମାନେ ଏସି କାମ କରନ୍ତି। ଚାରିଜଣଙ୍କ ମଧ୍ୟରୁ ୨୨ଜଣ ଭାଇଥିଲେ। ପୋଲିସର କହିବା ମୁତାବକ, ମୃତ୍ୟୁର କାରଣ ତଦନ୍ତ କରାଯାଉଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ, କେମିତି ଏହି ୪ଜଣ ଗୋଟିଏ ଘର ଭିତରେ ମରିଯାଇଛନ୍ତି।

କିନ୍ତୁ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ କରାଯାଉଛି, ଏହା ଶ୍ୱାସରୁଦ୍ଧ ହୋଇ ଘଟିଛି ନା ଏହି ଘଟଣାରେ କୌଣସି କ୍ରାଇମ ଆଙ୍ଗେଲ ଅଛି। ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି।