ବିନିକା ବାହୁଡ଼ା ଯାତ୍ରାରେ ଚାପି ଦେଲା ରଥ ଚକା: କଟକ ଆସିବା ବାଟରେ ଜୀବନ ହାରିଲେ ନାବାଳକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହରର କଂସାରୀପଡ଼ାରେ ରଥଯାତ୍ରାର ‘ବାହୁଡ଼ା ଯାତ୍ରା’ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରଥ ଚକରେ ଚାପି ହୋଇ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ନାବାଳକ ସମେତ ୬ ଜଣ ଆହତ ହୋଇଛନ୍ତି।

ଘଟଣା ଅନୁଯାୟୀ, ଗତକାଲି (ଜୁଲାଇ ୬, ୨୦୨୫) ବାହୁଡ଼ା ଯାତ୍ରା ସମୟରେ ରଥ ଟାଣୁଥିବା ବେଳେ ଏକ ଅଘଟଣ ଘଟିଥିଲା। ରଥର ଚକ ତଳେ ଚାପି ହୋଇ ୬ ଜଣ ଆହତ ହୋଇଥିଲେ, ଯେଉଁଥିରେ ୪ ଜଣ ନାବାଳକ ଥିଲେ। ଆହତମାନଙ୍କୁ ତୁରନ୍ତ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାମଧ୍ୟରେ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବୁର୍ଲା ମେଡିକାଲକୁ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଭାଗ୍ୟବଶତଃ, ରେଢ଼ାଖୋଲ ନିକଟରେ ସେ ମୃତ୍ୟୁବରଣ କରିଥିଲେ।

ଅନ୍ୟ ୫ ଜଣ ଆହତଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି।