ଭୁବନେଶ୍ୱର: ଫେରିଲେ ନବୀନ। ମୁମ୍ୱାଇରୁ ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ। ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ।
ସର୍ଭାଇକାଲ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ୱାଇ ଯାଇଥିଲେ। କୋକିଳାବେନ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ ହୋଇଥିଲା ଅସ୍ତ୍ରୋପଚାର। ପରେ ଡିସଚାର୍ଜ ହୋଇ ମୁମ୍ୱାଇଲେ ଥିଲେ।
ଆଉ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ କର୍ମଭୂମିକୁ ଫେରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କୁ ସ୍ୱାଗତ କଲେ ବହୁ ସଂଖ୍ୟାରେ କର୍ମୀ, ଶୁଭେଚ୍ଛୁ ଓ ସାଧାରଣ ଲୋକ।