କେଏଲ ରାହୁଲ ଶତକ ମାରି ରଚିଲେ ଇତିହାସ, ଲର୍ଡସରେ ଏମିତି କରିଥିବା ପ୍ରଥମ Asian Opener କ୍ଲବରେ ମାରିଲେ ଏଣ୍ଟ୍ରୀ
କେଏଲ ରାହୁଲଙ୍କ ଧମକାଦାର ଶତକ
ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମୁକାବିଲା ଲର୍ଡସରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପକ୍ଷରୁ କେଏଲ ରାହୁଲ ଶାନଦାର ବ୍ୟାଟିଂ କରି ଶତକ ମାରିଛନ୍ତି। ଏହା ଲର୍ଡସ ମଇଦାନରେ କେଏଲ ରାହୁଲଙ୍କ ଦ୍ୱିତୀୟ ଶତକ।
ସେ ଏହି ମଇଦାନରେ ସବୁଠୁ ଅଧିକ ଟେଷ୍ଟ ଶତକ ଲଗାଇଥିବା ଦ୍ୱିତୀୟ ଭାରତୀୟ ବ୍ୟାଟର ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ଏହା ରାହୁଲଙ୍କ ୧୦ମ ଶତକ।
ଲର୍ଡସରେ ଭାରତୀୟ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଶତକ ମାରିଥିବା ରେକର୍ଡ ଦିଲିପ ଭେଙ୍ଗସରକରଙ୍କ ନାଁରେ ରହିଛି। ସେ ଏଠାରେ ୩ଟି ଶତକ ମାରିଛନ୍ତି।
ଏହି ଟେଷ୍ଟ ସିରିଜରେ ଏହା କେଏଲ ରାହୁଲଙ୍କ ଦ୍ୱିତୀୟ ଶତକ। ଏହା ପୂର୍ବରୁ ଲିଡସରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ କେଏଲ ରାହୁଲ ଶାନଦାର ଶତକ ମାରିଥିଲେ। ସେଠାରେ ସେ ଦ୍ୱିତୀୟ ଇନିଂସରେ ୨୪୭ ବଲରେ ୧୩୭ ରନର ଇନିଂସ ଖେଳିଥିଲେ।
ଲର୍ଡସରେ ଶତକ ମାରିବା ସହ ସେ ପ୍ରଥମ ଏସିଆନ ଓପନର ହୋଇଯାଇଛନ୍ତି। ଏହା ପୂର୍ବରୁ ରାହୁଲ ଏହି ମଇଦାନରେ ୨୦୨୧ରେ ଶତକ ମାରିଥିଲେ। ସେଠାରେ ସେ ୧୨୯ ରନର ଇନିଂସ ଖେଳିଥିଲେ।
ସେହିପରି ଇଂଲଣ୍ଡରେ ଏହା ରାହୁଲଙ୍କ ଚତୁର୍ଥ ଶତକ। ୨୦୦୦ ପରେ ଏହା ଇଂଲଣ୍ଡରେ କୌଣସି ମଧ୍ୟ ସଲାମି ବ୍ୟାଟରଙ୍କ ଦ୍ୱାରା ସମ୍ଭବପର ହୋଇନଥିଲା। ଏହା ପୂର୍ବରୁ ଗ୍ରୀମ ସ୍ମିଥ ୫ ଶତକ ମାରିଥିଲେ।