କୋଲକାତା: କୋଲକାତା ଦୁଷ୍କର୍ମ ଘଟଣାରେ ନୂଆ ମୋଡ଼। ପିଡୀତାଙ୍କ ବାପା ଆଣିଲେ ରେପ୍ ଘଟଣାରେ ନୂଆ ଟ୍ୱିଷ୍ଟ। କହିଲେ ମୋ ଝିଅ ମତେ କହିଛି ତାକୁ ରେପ୍ କରାଯାଇନି। ବରଂ ସେ ରାସ୍ତାରେ ପଡିଯାଇଥିଲା।
ହଁ ଆଜ୍ଞା ଜୋକା IIM ବଳାତ୍କାର ମାମଲାରେ ଏକ ଅଜବ ମୋଡ଼ ଆସିଛି। ଯାହା ପୀଡିତାଙ୍କ ବୟାନକୁ ମିଥ୍ୟା ପ୍ରମାଣିତ କରୁଛି। ପୀଡିତାଙ୍କ ବାପାଙ୍କ ବୟାନ ସମ୍ପୂର୍ଣ୍ଣ ଘଟଣାକୁ ବଦଳାଇ ଦେଇଛି।
ବାପାଙ୍କ ବୟାନ ଘଟଣାରେ ନୂଆ ମୋଡ଼: ତେବେ ପୀଡିତାଙ୍କ ବାପା ଦାବି କରିଛନ୍ତି କି, ତାଙ୍କ ଝିଅକୁ ରେପ୍ କରାଯାଇନାହିଁ। କିମ୍ୱା ଯେଉଁ ପିଲାକୁ ଗିରଫ କରାଯାଇଛି ତା ସହ ତାଙ୍କ ଝିଅର କୌଣସି ସମ୍ପର୍କ ନାହିଁ।
ସେ କହିଛନ୍ତି ଯେ ଝିଅ ଶୋଇଥିବାରୁ ତାଙ୍କ ଝିଅ ସହିତ ଠିକ୍ ଭାବରେ କଥା ହୋଇପାରୁ ନାହାଁନ୍ତି। ହରିଦେବପୁର ପୋଲିସ ତାଙ୍କ ଝିଅକୁ କେଉଁଠାରେ ପାଇଲା ତାହା ମଧ୍ୟ ସେ ଜାଣିନାହାଁନ୍ତି। ବାପା କହିଛନ୍ତି ଯେ ତାଙ୍କ ଝିଅ ଅଭିଯୋଗ କରିନାହାଁନ୍ତି।
ପିଡୀତାଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ, ରାତି ୯.୩୪ରେ ମୋ ଝିଅ ଫୋନ୍ କରି କହିଲା ଯେ ସେ ଅସୁସ୍ଥ ହେବା ପରେ ଗାଡ଼ିରୁ ପଡ଼ିଯାଇଛି। ତା ସ୍ୱାସ୍ଥ୍ୟ ଖରାପ ଥିଲା ଏବଂ ସେ ଚେତାଶୂନ୍ୟ ହୋଇଯାଇଥିଲା।
ଝିଅର ଫୋନ୍ ପାଇବା ପରେ ମୁଁ ତାକୁ ଖୋଜିବାକୁ ଯାଇଥିଲି। ହେଲେ ତାର ସଠିକ୍ ଜାଗା ମୁଁ ଜାଣିନଥିବାରୁ ଝିଅକୁ ପାଇଲି ନାହିଁ। ବହୁତ ଖୋଜାଖୋଜି ପରେ ମୁଁ ଜାଣିଲି ଯେ ସେ ଶମ୍ଭୁନାଥ ପଣ୍ଡିତ ଷ୍ଟ୍ରିଟରେ ଥିବା ପିଜି ହସ୍ପିଟାଲରେ ଅଛି। ସେଠାକୁ ଯିବା ପରେ ମୁଁ ଜାଣିଲି ଯେ ହରିଦେବପୁର ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ରଖିଛି।
ମୋ ଝିଅକୁ ରେପ୍ କରାଯାଇନି: ପିଡୀତାଙ୍କ ବାପା କହିଲେ ଯେତେବେଳେ ମୁଁ ପୋଲିସ ସହିତ କଥା ହେଲି, ସେମାନେ ରେପ୍ ଅଭିଯୋଗ ବିଷୟରେ କହିଲେ।
କିନ୍ତୁ ମୋ ଝିଅ କହିଲା ଯେ, ତା ସହ କୌଣସି ପ୍ରକାର ରେପ୍ ଘଟଣା ଘଟିନାହିଁ। ତାଙ୍କ ସହିତ ଏପରି କିଛି ହୋଇନାହିଁ ଏବଂ କୌଣସି ଶାରୀରିକ ଆକ୍ରମଣ ମଧ୍ୟ ହୋଇନାହିଁ।
ପୋଲିସ କହିଛି ଯେ ଏକ ଏଫଆଇଆର ରୁଜୁ ହୋଇଛି ଏବଂ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁଁ ମୋ ଝିଅ ସହିତ କଥା ହେଲି ଏବଂ ସେ କହିଲା ଯେ ଏପରି କୌଣସି ଘଟଣା ଘଟିନାହିଁ।
ମୁଁ ଝିଅକୁ ପଚାରିଲି ତେବେ ଏହା କିପରି ଘଟିଲା? ମୋ ଝିଅ କହିଲା ଯେ ପୋଲିସ ତାଙ୍କୁ ହସ୍ପିଟାଲକୁ ଜଣାଇବାକୁ କହିଥିଲା, କିନ୍ତୁ ସେ ମନାକଲା।