ଗୁରୁ ସାଜିଲେ ବଳାତ୍କାରୀ: ଛାତ୍ରୀଙ୍କ ଇଜ୍ଜତ୍ ଲୁଟିନେଲେ ୨ ଯୁବ ଅଧ୍ୟାପକ, ନୋଟ୍ସ ଦେବାକୁ ଡାକିଲେ; ତା’ ପରେ…

୨ ଅଧ୍ୟାପକ ଓ ଜଣେ ବନ୍ଧୁଙ୍କୁ ଗିରଫ କଲା ପୋଲିସ । ମାସେ ଧରି ଛାତ୍ରୀଙ୍କୁ କରୁଥିଲେ ରେପ୍ ।

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପ୍ରାଇଭେଟ୍ କଲେଜର ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଙ୍କୁ ଉଠେଇ ନେଇ ତାଙ୍କୁ ଏକାଧିକ ଥର ଧର୍ଷଣ କରିବା ଅଭିଯୋଗରେ ପୋଲିସ ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି ।

ଘଟଣାରେ ପଦାର୍ଥ ବିଜ୍ଞାନ ସାର୍ ନରେନ୍ଦ୍ର, ଜୀବବିଜ୍ଞାନ ସାର ସନ୍ଦିପ ଏବଂ ସେମାନଙ୍କ ଅନ୍ୟଜଣେ ବନ୍ଧୁ ଅନୂପ ସାମିଲ ଥିବା ପୋଲିସ କହିଛି ।

ପୋଲିସ ସୂଚନା ମୁତାବକ ନୋଟ୍ସ ଦେବା ଲାଗି ନରେନ୍ଦ୍ର ପ୍ରଥମେ ପୀଡ଼ିତାଙ୍କୁ ବେଙ୍ଗାଲୁରୁ ଡକେଇ ଥିଲେ । ନରେନ୍ଦ୍ର ପୀଡ଼ିତାଙ୍କୁ ସାଙ୍ଗ ଘରକୁ ନେଇ ସେଠାରେ ରେପ୍ କରିଥିଲେ ।

ଏହାପରେ ରେପର ଭିଡିଓ ଓ ଫଟୋ ଜରିଆରେ ଛାତ୍ରୀଙ୍କୁ ବ୍ଲାକମେଲ କରିବା ଆରମ୍ଭ କଲେ ନରେନ୍ଦ୍ର । ମାସେ ଧରି ଏଭଳି ନିର୍ଯାତନା ସହିବା ପରେ ଛାତ୍ରୀ ଜଣକ ଶେଷରେ ତାଙ୍କ ଘରେ ସବୁ କହିଦେଲେ ।

ଘରଲୋକ ଏ ନେଇ ଥାନାରେ ପ୍ରାଥମିକ ଅଭିଯୋଗ କରିଥିଲେ । ଯାହାପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ଯାଞ୍ଚ କରି ୩ ଜଣଙ୍କୁ ଗିରଫ କରିଛି ।