‘ମୁଁ ନିରାଶ… ଆଉ ସିଏ’. ଲର୍ଡସରେ ଟିମ୍ ହାରିବାକୁ ନେଇ ସୌରଭ ଗାଙ୍ଗୁଲି କହିଦେଲେ ଏହି ବଡ଼ କଥା
ପୂର୍ବ ଭାରତୀୟ ଦଳର କ୍ୟାପଟେନ କହିଛନ୍ତି ଭାରତୀୟ କ୍ରିକେଟ ଦଳରେ ଅସାଧାରଣ ପ୍ରଭିଭା ଅଛି। ଏହା ସତ୍ତ୍ୱେ ଶୁଭମନ ଗିଲ ଏବଂ ଦଳ ୧୯୩ ରନର ଲକ୍ଷ୍ୟ ପିଛା କରିବା ସମୟରେ ତୃତୀୟ ଟେଷ୍ଟ ହାରିଗଲେ।
ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟରେ ଭାରତୀୟ ଦଳର ଶୋଚନୀୟ ପରାସ୍ତକୁ ନିରାଶ ହୋଇଛନ୍ତି ସୌରଭ ଗାଙ୍ଗୁଲି। ପୂର୍ବ ଭାରତୀୟ ଦଳର କ୍ୟାପଟେନ କହିଛନ୍ତି ଭାରତୀୟ କ୍ରିକେଟ ଦଳରେ ଅସାଧାରଣ ପ୍ରଭିଭା ଅଛି। ଏହା ସତ୍ତ୍ୱେ ଶୁଭମନ ଗିଲ ଏବଂ ଦଳ ୧୯୩ ରନର ଲକ୍ଷ୍ୟ ପିଛା କରିବା ସମୟରେ ତୃତୀୟ ଟେଷ୍ଟ ହାରିଗଲେ।
ଗାଙ୍ଗୁଲି ଏହି ପରାଜୟ ପାଇଁ ଟପ୍ ଅର୍ଡରକୁ ଦାୟୀ କରିଛନ୍ତି। ଭାରତ ବନାମ ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଆୟୋଜକ ଇଂଲଣ୍ଡ ୨-୧ରେ ଆଗୁଆ ଅଛି।
ଇଣ୍ଡିଆନ୍ ରେସିଂ ଲିଗ୍ ଏବଂ ଏଫ ୪ ଇଣ୍ଡିଆ ଚାମ୍ପିଅନସିପ୍ କାର୍ଯ୍ୟକ୍ରମ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ସୌରଭ ଗାଙ୍ଗୁଲିଙ୍କୁ ଲର୍ଡସ୍ ଟେଷ୍ଟରେ ପରାଜୟ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, “ମୁଁ ଏହି ପରାଜୟରେ ନିରାଶ। ବ୍ୟାଟିଂ କିପରି କରାଯାଇଥିଲା ତାହା ଦେଖି ମୁଁ ନିରାଶ।
ଟାର୍ଗେଟ ୧୯୩ ରନ୍ ହାସଲ କରିବା ଉଚିତ ଥିଲା। ରବିନ୍ଦ୍ର ଜାଡେଜା ସଂଘର୍ଷ କରିଥିଲେ, ମୁଁ ଭାବୁଛି ସେ ଟିମ୍ ଇଣ୍ଡିଆର ପ୍ରତିଭାକୁ ନେଇ ମୋ ଅପେକ୍ଷା ଅଧିକ ନିରାଶ ହୋଇଥାନ୍ତେ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ହେବାର ଏହା ଏକ ଭଲ ସୁଯୋଗ ଥିଲା। ହେଲେ ଭାରତୀୟ ଦଳ ୧୯୦ ରନ୍ କରିପାରିନଥିବାରୁ ସେ ନିରାଶ ହୋଇଥିବା କହିଛନ୍ତି।
ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଯଦି ଟପ୍ ଅର୍ଡର ବ୍ୟାଟସମ୍ୟାନମାନେ ଟିକେ ଭଲ ଖେଳିଥାନ୍ତେ ତେବେ ମ୍ୟାଚ୍ର ଫଳାଫଳ ଭିନ୍ନ ହୋଇଥାନ୍ତା।