(Video) କାର୍ ନା ଚକ୍ରି… ଡିଭାଇଡରରେ ପିଟି ହୋଇ ଘିରି-ଘିରି ବୁଲିଳା DSPଙ୍କ କାର୍, ଘଟଣାସ୍ଥଳରେ ଚାଲିଗଲେ ୨ ଅଫିସରଙ୍କ ଜୀବନ

ହାଇଦ୍ରାବା ଯାଉଥିଲେ ୨ ଜଣ ଡିଏସ୍ପି ଓ କର୍ମଚାରୀ । ଅକାଳ ଦୁର୍ଘଟଣାରେ ଚାଲିଗଲା ଅଫିସରଙ୍କ ଜୀବନ । ୨ କର୍ମଚାରୀ ଗୁରୁତର ।

ହାଇଦ୍ରାବାଦ: ଶନିବାର ଭୋର ସମୟରେ ତେଲେଙ୍ଗାନାର ଚୌତୁପ୍ପାଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆନ୍ଧ୍ର ପ୍ରଦେଶ ଗୁଇନ୍ଦା ବିଭାଗର ଦୁଇ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି)ଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ମୃତ ଅଧିକାରୀମାନେ ହେଲେ ଚକ୍ରଧର ରାଓ ଏବଂ ଶାନ୍ତା ରାଓ, ଦୁଇଜଣଯାକ ଗୁଇନ୍ଦା ସୁରକ୍ଷା ଶାଖାରେ କାର୍ଯ୍ୟରତ ଥିଲେ। ସେମାନେ ସରକାରୀ ଡ୍ୟୁଟିରେ ଥିଲେ, ବିଜୟୱାଡାରୁ ହାଇଦ୍ରାବାଦ ଯାଉଥିବା ସମୟରେ, ସାମ୍ନାରେ ଏକ ଗାଡି ହଠାତ ବ୍ରେକ ମାରିବା କାରଣରୁ ପୋଲିସ କାରଟି ରାସ୍ତା ଡିଭାଇଡର୍ ସହିତ ଧକ୍କା ଦେଇଥିଲା। ଏହାପରେ ଚକ୍ର ପରି କାର ଘୁରିଥିଲା ।

ଡିଭାଇଡର୍ ଖୁବ ଜୋରରେ ପିଟି ହେବ କାରଣରୁ ଘଟଣାସ୍ଥଳରେ 2 ଅଫିସରଙ୍କ ପ୍ରାଣ ଚାଲିଯାଇଥିବା ପୋଲିସ କହିଛି।

ଜଣେ ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଡ୍ରାଇଭର ଆହତ ହୋଇ ଜଣାପଡିଛି। ଗୁରୁତର ଆହତ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୋଲିସ ଦୁର୍ଘଟଣାର ସଠିକ୍ କାରଣ ଖୋଜି ବାହାର କରିବା ପାଇଁ ତଦନ୍ତ କରୁଛି।