କୁଆଖାଇ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ଏକ ଦୁଃଖଦ ଘଟଣା ଘଟିଛି। ବରୀମୁଣ୍ଡ ନିକଟସ୍ଥ ବାଲିଯାତ୍ରା ଘାଟରେ ଗାଧୋଇବାକୁ ଯାଇଥିବା ୫ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣାପଡ଼ିଛି। ମୃତ ଛାତ୍ର ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଶନିବାର ଏହି ଛାତ୍ରମାନେ ସାଙ୍ଗମାନଙ୍କ ସହ କୁଆଖାଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ ଅସାବଧାନତା କାରଣରୁ ଦୁଇ ଜଣ ଛାତ୍ର ନଦୀରେ ବୁଡ଼ି ଯାଇଥିଲେ।

ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଜଣେ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଅନ୍ୟ ଜଣେ ଛାତ୍ର ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି, ଯିଏ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି।