fbpx

ଆଜି ଗୋପାଳପୁର ମହୋତ୍ସବ

ଗଞ୍ଜାମ,୨୪ ।୧୨(ଓଡିଶା ଭାସ୍କର): ଆଜି ଉଦଘାଟିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହୋତ୍ସବକୁ ଉଦଘାଟନ କରିବେ । ଏହି ମହୋତ୍ସବ ସହ ପଲ୍ଲିଶ୍ରୀ ଓ ହର୍ବାଲ ମେଳାର ମଧ୍ୟ ଶୁଭାରମ୍ଭ ହେବ । ଆଜିଠାରୁ ଆରମ୍ଭ ହୋଇ ୨୮ ତାରିଖ ଯାଏ ଚାଲିବ ଏହି ବେଳାଭୂମି ମହୋତ୍ସବ । ଆଜି ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ କଣ୍ଠଶିଳ୍ପୀ ସୋନୁ ନିଗମ । ଏଥିସହ ରୁଷିଆରୁ ଏକ ନୃତ୍ୟଶିଳ୍ପୀ ଦଳ ଏହି ମହୋତ୍ସବରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ତେବେ ମହୋତ୍ସବରେ ଓଲିଉଡ୍‌ ଅଭିନେତା ଅନୁଭବ, ବର୍ଷା, ସବ୍ୟସାଚୀ, ଅଚ୍ଚିର୍ତା, ଏଲିନା, ହରିହର ଦାସ, କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ସମେତ ବ୍ରହ୍ମପୁର ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପ୍ ଏବଂ ଜାତୀୟ ଓ ଅନ୍ତର୍ଜାତୀୟସ୍ତର କଳାକାରମାନେ ଯୋଗ ଦେଇ ସେମାନଙ୍କ କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ।

Get real time updates directly on you device, subscribe now.