ଆଜି ମହିଳାଙ୍କୁ ସରକାର ଦେବେ ରାକ୍ଷୀ ଉପହାର: ସୁଭଦ୍ରା ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ମହିଳାଙ୍କୁ ତୃତୀୟ କିସ୍ତି ଟଙ୍କା ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମିଳିବ ।

ତୃତୀୟ କିସ୍ତି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ମହିଳାମାନଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ମିଳିସାରିଛି ।

ମୋହନ ମାଝୀ ୨ ଦିନିଆ କୋରାପୁଟ ଗସ୍ତରେ ଆଯି ବାହାରିବେ । ସ୍ଥାନୀୟ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ପରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ ।

ଏହାପରେ ଜୟପୁର ସହର ବାଙ୍କବିଜାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ବିମାନ ବନ୍ଦରରୁ ୮ଟା ୪୦ରେ ସ୍ୱତନ୍ତ୍ର ବିମାନରେ କୋରାପୁଟ ଗସ୍ତ କରିବେ ।

ମୁଖ୍ୟମନ୍ତ୍ରୀ ଆଜି ୧୧ଟାବେଳେ ବାଙ୍କବିଜା ପଡ଼ିଆରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସୁଭଦ୍ରା ଟଙ୍କାର ତୃତୀୟ କିସ୍ତି ବାଣ୍ଟିବେ ।

ସେଠାରୁ କୋରାପୁଟ ସର୍ମିଟ୍ ହାଉସ୍ ଅଭିମୁଖେ ଯାତ୍ରା କରିବେ । ବାଙ୍କବିଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେବ, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାଂସଦ ଓ ବିଧାୟକ ସାମିଲ ହେବବେ ।