(Video) ବର୍ଷାରେ ଓଦା ହୋଇ ରୋଷେଇ କରୁଥିଲା ବାପା, ପିଲା ଦୁହେଁ ଏମିତି ବର୍ଷାକୁ ରୋକୁଥିଲେ, ଭିଡିଓ ଦେଖି କାନ୍ଦି ପକାଇବେ

ବାପା-ଛୁଆଙ୍କର ଏହି ଭିଡିଓ ଦେଖିଲେ କାନ୍ଦି ପକାଇବେ ଆପଣ

ନୂଆଦିଲ୍ଲୀ: ବର୍ଷା ଋତୁ ଗରମରୁ ତ୍ରାହି ଦେଇଥାଏ। ଲୋକମାନେ ଘରେ ବସି ଚା’ ଖାଆନ୍ତି, ପକୁଡି ଖାଆନ୍ତି, ବୁଲିବାକୁ ଯାଆନ୍ତି କିନ୍ତୁ ଗରିବ ଲୋକଙ୍କ ପାଇଁ ଏହି ଋତୁ କଷ୍ଟଦାୟକ।

କିଛି ଲୋକଙ୍କ ପାଇଁ ବର୍ଷା ଋତୁ ରୋମାଣ୍ଟିକ ହୋଇଥାଏ ତ କିଛି ଲୋକଙ୍କ ମୁଣ୍ଡ ଉପରେ ଛାତ ନଥିବାରୁ ସେମାନେ ଓଦା ହେବାକୁ ବାଧ୍ୟ ହୁଅନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜୀବନର ଦୁଇଟି ଭିନ୍ନ ଦିଗ ଦୃଶ୍ୟମାନ ହେଉଛି।

ଗୋଟିଏ ପଟେ ପ୍ରବଳ ବର୍ଷାରେ ରାସ୍ତାରେ ଯାନବାହାନ ଚାଲୁଛି। ଅନ୍ୟପଟେ ରାସ୍ତା କଡ଼ରେ ଯାହା ଦୃଶ୍ୟମାନ ହୁଏ ତାହା ହୃଦୟକୁ ଥରାଇ ଦିଏ।

ଭିଡିଓରେ ଆପଣଙ୍କୁ ଦେଖିବାକୁ ମିଳିବ ଯେ, ଜଣେ ବ୍ୟକ୍ତି ଫୁଟପାଥରେ ଇଟା ଚୁଲି ତିଆରି କରି ଖୋଲା ଆକାଶରେ ନିଜ ପିଲାମାନଙ୍କ ପାଇଁ ଖାଦ୍ୟ ରାନ୍ଧୁଛନ୍ତି। ତାଙ୍କ ସହିତ ଦୁଇଟି ପିଲା ଅଛନ୍ତି।

ସେମାନେ ଖୋଲା ଆକାଶ ତଳେ ବର୍ଷାରେ ଭିଜୁଛନ୍ତି କିନ୍ତୁ ବର୍ଷା ପ୍ରବଳ ହେବା ମାତ୍ରେ, ଚୁଲି ଲିଭିଯିବା ଭୟରେ ଉଭୟ ପିଲା ଏକ ପଟା ଉଠାଇ ଚୁଲି ପାଖରେ ଠିଆ ହେଉଛନ୍ତି, ଏହାକୁ ନିଜ ମୁଣ୍ଡ ଉପରେ ରଖନ୍ତି ଯାହା ଦ୍ୱାରା ବର୍ଷା ପାଣି ଖାଦ୍ୟ ରାନ୍ଧିବାରେ ବାଧା ସୃଷ୍ଟି ନ କରେ।

ଏହି ପିଲାମାନଙ୍କୁ ଦେଖିଲେ ଆପଣ କାନ୍ଦିପକାଇବେ। ଦିନକୁ ଦୁଇଥର ଖାଇବା ପାଇଁ ସେମାନଙ୍କୁ ଏତେ ସଂଘର୍ଷ କରିବାକୁ ପଡ଼େ ଯେ, ସେମାନେ ବର୍ଷାରେ ଭିଜିବାକୁ ବାଧ୍ୟ ହୁଅନ୍ତି।