ସରକାରଙ୍କ ବଡ଼ ଘୋଷଣା, ଜମିହରାଙ୍କୁ ଜମି ଦେବେ ରାଜ୍ୟ ସରକାର

ପ୍ରାକୃତିକ ବିପର୍ଯ୍ୟୟରେ ଜମିହରାଙ୍କୁ ଜମି ଦେବେ ସରକାର।

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ବଡ଼ ଘୋଷଣା।  ଜମି ହରାଇଥିବା ଲୋକଙ୍କୁ ଜମି ଦେବେ ସରକାର। ପ୍ରାକୃତିକ ବିପର୍ଯ୍ୟୟରେ ଜମିହରାଙ୍କୁ ଜମି ଦେବେ ସରକାର। ଏପରି କିଛି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀଙ୍କ କହିବା କଥା ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁମାନେ ଜମି ହରାଇଛନ୍ତି ସେମାନଙ୍କୁ ଜମି ଦେବେ ସରକାର।  ଏନେଇ ଖୁବଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ।

ଜମି ହରାଇଥିଲେ ଜମି ବଦଳରେ ଜମି ମିଳିବ। ଆଉ ସେ ସବୁ ଜମି ସରକାର ପ୍ରଦେନ କରିବେ।  ବନ୍ୟା ସମୟରେ ଅନେକ ଲୋକ ଜମି ହରାଇଛନ୍ତି। ସେମାନଙ୍କ ରିପୋର୍ଟ ଆସିଲେ ଜମି ଦିଆଯିବ।