ଗୋଟିଏ ଛାତତଳେ ‘ମୁଁ, ମୋ ସ୍ୱାମୀ ଏବଂ ତାଙ୍କ ଏକ୍ସ…., ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

ସମଲିଙ୍ଗୀ ଦମ୍ପତି, ଗୋଟିଏ ଛାତତଳେ ରୁହନ୍ତି ଦମ୍ପତିଙ୍କ ସହିତ ତାଙ୍କ ଏକ୍ସ

ଓଡିଶା ଭାସ୍କର: ବିଶ୍ୱର ଅନେକ ଦେଶର ଲୋକଙ୍କ ମଧ୍ୟରେ ଖୋଲା ଖୋଲି ସମ୍ପର୍କକୁ ପ୍ରୋତ୍ସାହିତ କରାଯାଏ। ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଇଛାରେ କାହାକୁ ବିବାହ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଏବଂ ଅଧିକାର ରହିଛି। କିନ୍ତୁ ଏଠାରେ ସମ୍ପୂର୍ଣ୍ଣ କାହାଣୀ ପୁରା ଭିନ୍ନ।

ଏଠାରେ 59 ବର୍ଷୀୟ ମାର୍କ ଏବଂ 71 ବର୍ଷୀୟ ଟମ୍ ପୂର୍ବରୁ ବିବାହ କରିଥିଲେ, ଯିଏ କି ସମଲିଙ୍ଗୀ ଥିଲେ। ସରୋଗେଟ୍ ମାଆଙ୍କ ମାଧ୍ୟମରେ ସେମାନଙ୍କର ଦୁଇଟି ଯମଜ ସନ୍ତାନ ମଧ୍ୟ ଅଛି। ଗୋଟିଏ ପିଲା ମାର୍କଙ୍କ ସହିତ ଜଡିତ ଥିବାବେଳେ ଅନ୍ୟଜଣେ ଟମଙ୍କ ସହିତ ଜଡିତ।

ମାର୍କ ଏବଂ ଟମଙ୍କର ୨୦୧୮ ମସିହାରେ ଛାଡପତ୍ର ହୋଇଥିଲା। ତା’ପରେ ମାର୍କ ଜିମ୍‌ରେ ୬୨ ବର୍ଷୀୟ ମୋକ୍‌ଙ୍କୁ ଭେଟିଥିଲେ। ସେଠାରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। କିନ୍ତୁ ଛୁଆଙ୍କ ଲାଳନପାଳନରେ ଯେପରି କିଛି ଅସୁବିଧା ନହେବ ସେଥିପାଇଁ ମାର୍କ ଏବଂ ମୋକଙ୍କ ସହିତ ଟମ ମଧ୍ୟ ଗୋଟିଏ ଛାତତଳେ ରହୁଥିଲେ।

3 ଜଣ ଯାକ ଗୋଟିଏ ଛାତ ତଳେ ବେଶ ଖୁସିରେ ରହିବା ସହିତ ଏସବୁ କେବଳ ସେ ଛୁଆମାନଙ୍କୁ ପାଇଁ କରୁଛନ୍ତି ବୋଲି କୁହନ୍ତି।