ଯାଜପୁରରେ ସର୍ବାଧିକ ବନ୍ୟା କ୍ଷୟକ୍ଷତି, ରିପୋର୍ଟ ପାଇ ସରକାର ଘୋଷଣା କଲେ ସହାୟତା

ଭୁବନେଶ୍ୱର: ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ । କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକର ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି ।

ବାଲେଶ୍ୱର ପାଇଁ ୨ କୋଟି ୧ ଲକ୍ଷ ୧୪ ହଜାର ୯୬୭ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଯାଜପୁର ପାଇଁ ୩,୪୫,୯୩,୨୯୦ ଟଙ୍କା ଦିଆଯାଇଛି ।

ମୟୁରଭଞ୍ଜ ପାଇଁ ୬୭ ଲକ୍ଷ ୪୮ ହଜାର ୧୪୮ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଭଦ୍ରକ ପାଇଁ ୫୧, ୩୧,୮୨୦ କେନ୍ଦୁଝର ପାଇଁ ୨ ଲକ୍ଷ ୯୧ ହଜାର ଟଙ୍କା ପ୍ରଦାନ କରାଯାଇଛି ।