“ଆମେ ୧୦ଟା ମିଶାଇଲରେ ଭାରତକୁ ଧ୍ୱସ୍ତ କରିଦେବୁ” ଅପରେସନ ସିନ୍ଦୁରବେଳେ ଲୁଚିଥିବା ମୁନିର ବିଦେଶରେ ଯାଇ ଦେଲେ ଧମକ
ଆମେରିକା ଗସ୍ତରେ ଅଛନ୍ତି ମୁନିର । ବହୁ ଶୀର୍ଷ ନେତାଙ୍କୁ ଭେଟିଥିବା ସୂଚନା ।
ୱାଶିଂଟନ: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ମାଟିରୁ ଭାରତକୁ ଧମକ ଦେଇଛନ୍ତି। ମୁନିର କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧ ହୁଏ ଏବଂ ପାକିସ୍ତାନର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ସମଗ୍ର ଅଞ୍ଚଳ ପରମାଣୁ ଯୁଦ୍ଧରେ ଡୁବିଯିବ।
ଏହା ପ୍ରଥମ ଥର ଯେ କୌଣସି ଦେଶର ସେନା ମୁଖ୍ୟ ଆମେରିକା ମାଟିରୁ କୌଣସି ତୃତୀୟ ଦେଶ ବିରୁଦ୍ଧରେ ପରମାଣୁ ଧମକ ଦେଇଛନ୍ତି। ଆମେରିକାରରେ ଆୟୋଜିତ ଏକ ରାତ୍ରୀଭୋଜନରେ ମୁନିର କହିଥିଲେ, “ଆମେ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ଯଦି ଆମେ ଅନୁଭବ କରୁଛୁ ଯେ ଆମେ ବୁଡ଼ିଯାଉଛୁ, ତେବେ ଆମେ ଆମ ସହିତ ଅଧା ବିଶ୍ୱକୁ ତଳକୁ ନେଇଯିବୁ।”
ଅପରେସନ୍ ସିନ୍ଦୁର ପରେ ମୁନିର କରିଥିବା ଆମେରିକା ଗସ୍ତ ସମୟରେ ସେ କହିଥିଲେ, “ଆମେମାନେ ଭାରତ ପ୍ରଥମେ ବନ୍ଧ ନିର୍ମାଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ ଏହଁ ପରେ ଯାଇ , ଆମେ ଦଶଟି କ୍ଷେପଣାସ୍ତ୍ର ସାହାଯ୍ୟରେ ଏହାକୁ ଧ୍ୱଂସ କରିଦେବୁ।”
ଭାରତ ସହିତ 4 ଦିନିଆ ସଂଘର୍ଷ ପରେ ଦ୍ୱିତୀୟ ଥର ପାଇଁ ୱାଶିଂଟନ ଗସ୍ତରେ ଥିବା ପାକିସ୍ତାନ ସେନା ମୁଖ୍ୟ ମୁନିର ଆମେରିକାର ଶୀର୍ଷ ରାଜନୈତିକ ଏବଂ ସାମରିକ ନେତାମାନଙ୍କୁ ଭେଟିଛନ୍ତି।
ଜୁନ୍ ମାସର ପ୍ରାରମ୍ଭରେ, ମୁନିର ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ, ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେଇଥିଲେ।