(video) କାନାଡ଼ାରେ ଭାରତୀୟଙ୍କୁ କଳା କହିଲେ, ଜୀବନରୁ ମାରିଦେବାକୁ ଦେଲେ ଧମକ
ଦମ୍ପତିଙ୍କୁ ଜାତିଗତ ଆକ୍ରମଣ କରାଯାଇଥିଲା।
କାନାଡ଼ା: କାନାଡ଼ାରେ ଭାରତୀ ବଂଶୋଦ୍ଭବ ଦମ୍ପତିଙ୍କୁ ଦୁର୍ବ୍ୟବହାର। ଏଠାର ପିଟରବରୋ ସହରରେ ଭାତରୀୟ ଦମ୍ପତିଙ୍କୁ ଦୁର୍ବବହାର ହୋଇଥିବା ଘଟଣା ସାମ୍ନାକୁ ଆସିଛି।
ଘଟଣା ୨୯ ଜୁଲାଇ ୨୦୨୫ରେ ଘଟିଥିଲା। ଲେସଡାଉନ ପ୍ଲେସ ମଲ୍ ପାର୍କିଂରେ ଥିବା କିଛି ଯୁବକ ଭାରତୀ
ଦମ୍ପତିଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ସହ ଦମ୍ପତିଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ମିଳିଥିଲା। ଘଟଣାର ପୁରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଭାରତୀୟ ଦମ୍ପତି କହିଲେ ଘଟଣା
ଭାରତୀୟ ଦମ୍ପତିି ତାଙ୍କ ଗାଡ଼ିର କ୍ଷତି ବିଷୟରେ ଯୁବକମାନଙ୍କୁ ପଚାରିବାରୁ ସେହି ସମୟରେ ଦମ୍ପତିଙ୍କୁ ଜାତିଗତ ଆକ୍ରମଣ କରାଯାଇଥିଲା।
ଘଟଣା ପରେ, ଭାରତୀୟ ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କ ଦୁଃଖଦ ଘଟଣା ସେୟାର କରି କହିଥିଲେ ଯେ ସେ ଏବଂ ତାଙ୍କ ସାଥୀ ଏପର୍ଯ୍ୟନ୍ତ ଆଶ୍ଚର୍ଯ୍ୟରେ ଅଛନ୍ତି।
ତିନି ଜଣ ଯୁବକ ଏକ ବଡ଼ ଗାଡ଼ିରେ ଚଢ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାହାରକୁ ଆସି କାରର ସାଇଡ୍ ମିରର୍ ଉପରେ ଡେଇଁବାକୁ ଲାଗିଲେ।
କାନାଡ଼ାର ଯୁବକ ଭାରତୀୟ ବ୍ୟକ୍ତିଙ୍କୁ କଳା କହିବା ସହ କହିଥିଲେ ଚୁପ୍ ରୁହ ବଡ଼ ନାକ ଥିବା ବ୍ୟକ୍ତି। ଏହା ସହ ଭିଡିଓରେ ଖରାପ ଶବ୍ଦ ବ୍ୟବହାର କରି କାନାଡ଼ା ଯୁବକ ଭାରତୀୟ ବ୍ୟକ୍ତିଙ୍କୁ ଗାଳି ଦେଇଛନ୍ତି।
“You f***ing immigrant”: Indian couple in Canada harassed, threatened with death by teens. pic.twitter.com/CSfrzXbxGg
— The Tatva (@thetatvaindia) August 12, 2025
ସୋସିଆଲ ମିଡିଆ ଭିଡିଓ ଭାଇରାଲ ହେବା ପରେ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।
ଗିରଫ ବ୍ୟକ୍ତିଙ୍କ ନାମ କାୱାର୍ଥା ଲେକ୍ସ। ଲେକ୍ସଙ୍କ ଉପରେ ହତ୍ୟା ଧମକ ଦେବାର ଅଭିଯୋଗ ଅଛି।
ଅଭିଯୁକ୍ତ ଜାମିନରେ ମୁକ୍ତ ହୋଇଛି ଏବଂ ବର୍ତ୍ତମାନ ତାଙ୍କୁ ସେପ୍େଟମ୍ବର ୧୬ ରେ କୋର୍ଟରେ ହାଜର ହେବାକୁ ପଡିବ। ପୋଲିସ ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଚିହ୍ନଟ କରିଛି।
ପିଟରବୋରୋ ପୋଲିସ ମୁଖ୍ୟ ଷ୍ଟୁଆର୍ଟ ବେଟ୍ସ କହିଛନ୍ତି, “ଯେକେହି ଏହି ମାମଲାର ଭିଡିଓ ଦେଖିଛନ୍ତି ସେମାନେ ବୁଝିପାରିବେ ଯେ ଏହି ପ୍ରକାରର ଆଚରଣ ଆମ ସମ୍ପ୍ରଦାୟରେ କିମ୍ବା କୌଣସି ସମ୍ପ୍ରଦାୟରେ ଗ୍ରହଣୀୟ ନୁହେଁ।
ମୁଁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏଠାରେ ରହୁଥିବା, କାମ କରୁଥିବା କିମ୍ବା ଆସୁଥିବା ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର କର୍ତ୍ତବ୍ୟ।