ତାକୁ ଯମପୁର ପଠାଇଦିଅ, ସମ୍ପକୀୟ ଭାଇ ପ୍ରେମ କଲା ମତୁଆଲା, ସ୍ୱାମୀ ପାଇଁ ସ୍ତ୍ରୀ ରଚିଲା…

ସ୍ତ୍ରୀ ଖେଳିଲା ସ୍ୱାମୀ ରକ୍ତରେ ହୋଲି।

ଉତ୍ତରପ୍ରଦେଶ: ବିବାହର ଲୋମଟାଙ୍କୁରା ଅନ୍ତ। ସ୍ତ୍ରୀ ଖେଳିଲା ସ୍ୱାମୀ ରକ୍ତରେ ହୋଲି। ଉତ୍ତରପ୍ରଦେଶ ସାମଲି ଜିଲ୍ଲାରେ ଘଟିଛି ଏହି ଘଟଣା।

ସମ୍ପର୍କୀୟ ଭାଇ ପ୍ରେମରେ ଏପରି ପାଗଳ ହେଲେ ନିଜ ସ୍ୱାମୀଙ୍କ ଜୀବନ ନେବାକୁ ବି ପଛାଇଲେ ନାହିଁ। ସ୍ୱାମୀ ରାସ୍ତାରେ କଣ୍ଟା ହେଉଥିଲା ବୋଲି ଭୟଙ୍କର ଷଡ଼ଯନ୍ତ୍ର ରଚିଲା ସ୍ତ୍ରୀ।

ପ୍ରେମିକ ସହ ମିଶି ଦିନ ଦ୍ୱିପ୍ରହରରେ ଅତି ଅମାନଷିକ ଭାବେ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ। ପୋଲିସ ଅଭିଯୁକ୍ତ ପତ୍ନୀ ସହିତ ଆଉ ୩ ଜଣଙ୍କୁ ଗିରଫ କରିଛି।
ତଦନ୍ତରୁ ଯାହା ସାମ୍ନାକୁ ଆସିଛି ତାହା ଆପଣଙ୍କୁ ମଧ୍ୟ ଚମକାଇଦେବ।

ପୋଲିସ କହିବା ଅନୁସାରେ ମେଫରୀନ ଏବଂ ତସବୁର ପୁରା ହତ୍ୟାର ମାଷ୍ଟରପ୍ଲାନ କରିଥିଲେ। କୋଡବୋଡ ମଧ୍ୟ କରିଥିଲେ ପ୍ରସ୍ତୁତ।ପ୍ରତିଟି ମୁହୁର୍ତ୍ତରେ ଖବର ମିଳିବ ଆଉ କେହି ଏ ବଷିୟରେ ଜାଣି ପାରିବେନି କହି ପ୍ରସ୍ତୁତ ହୋଇଥିଲା କୋଡବୋର୍ଡ।

ହତ୍ୟା ଦିନ ସକାଳେ ସ୍ୱାମୀ ବାଇକରେ ବିବାହ କାର୍ଯ୍ୟକ୍ରମକୁ ବାହାରି ଯାଇଥିଲେ। ଆଉ ତାପରେ ପ୍ରସ୍ତୁତ ହୋଇଥିଲା କୋଡବୋର୍ଡ।ପୋଲିସକୁ ମିଳିଥିବା ସୂଚନା ଅନୁସାରେ କୋର୍ଡର୍ବୋର୍ଡର ପୁରା ଲିଷ୍ଟ ପ୍ରସ୍ତୁତ ହୋଇଥିଲା। କୋର୍ଡବୋର୍ଡ ଲୋକେସନ ଦେବା ପାଇଁ ଥିଲା।

ଲକ୍ଷ୍ୟ ସ୍ଥଳ ଆସୁଛି ଅର୍ଥ ଥିଲା ଘଟଣା ଘଟାଇବାକୁ ଥିବା ସ୍ଥାନ ଖୁରଗାନ ରୋର୍ଡ ପାଖେଇ ଆସୁଛି। ବାସ୍ ଟିକିିଏ ଅପେକ୍ଷା କର ଅର୍ଥ ଥିଲା ଖୁରଗାନ ରୋର୍ଡରେ ପହଞ୍ଚୁଛୁ। ପୁଲ ପାର ହେବା ଅର୍ଥ କୋଡବୋର୍ଡର ଅର୍ଥ ଥିଲା ବାଇକର ପଛରେ ହିଁ ରୁହ।

ଏହି ପ୍ଲାନିଂ ଅନୁସାରେ ପୁରା ସାଜିସ ଆଗକୁ ବଢ଼ିଥିଲା।

ଖୁରଗାନ ରୋଡ଼ରେ ତସବ୍ୱୁର ଏବଂ ତାଙ୍କ ସାଥୀ ବାଇକ୍ କୁ ଧକ୍କା ମାରିଥିଲେ। ତାପରେ ଆକ୍ରମଣ କରିଥିଲେ।

ଶାହନବାଜ ଉପରେ ଛୁରୀ ବାରମ୍ବାର ଆକ୍ରମଣ କରାଯାଇଥିଲା, ଏଥିରେ ମନକୁ ଶନ୍ତି ମିଳିନଥିଲା ଗୁଳି ମଧ୍ୟ ମାରିଦେଇଥିଲେ।

ପୋଲିସ ପଚରାଉଚରା ପରେ ଆଉ ଏକ କଥା ସାମ୍ନାକୁ ଆସିଥିଲା। ହତ୍ୟା ଘଟଣାର ୩ ଦିନ ପୂର୍ବରୁ ଶାହନବାଜ ମେଫରିନଙ୍କୁ ତସବ୍ୱୁର ସହ କଥା ହେଉଥିବା ଶୁଣି ଦେଇଥିଲେ।

ଏହା ପରେ ଶାହନବାଜ ମେଫରୁନଙ୍କ ଉପରେ ହାତ ଉଠାଇଥିଲେ। ଏହି ଘଟଣା ପରେ ମେଫରୀନ ଆଉ ତାଙ୍କ ପ୍ରେମିକ ହତ୍ୟାର ଷଡ଼ଯନ୍ତ୍ର କରିଥିଲେ।

ଫୋନ କରି ପ୍ରେମିକକୁ ମେଫରିନର କହିଥିଲେ ବାସ୍ ସ୍ୱାମୀକୁ ରାସ୍ତାରୁ ହଟାଇବାରେ ଅଛି। ତାପରେ ସ୍ୱାମୀକୁ ହତ୍ୟା କରିଥିଲେ ମେଫରୀନ୍‌।