ଫାଇଲେରିଆ ଔଷଧ ଖାଇ ଯୁବକଙ୍କ ମୃତ୍ୟୁ! ମେଡ଼ିସିନ ନ ଖାଇଲେ ଆଧାର, ସୁଭଦ୍ରା, ରାସନ କାର୍ଡ କଟିବ ନେଇ ଧମକ ଅଭିଯୋଗ

ଫାଇଲେରିଆ ଔଷଧ ଖାଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ମେଡ଼ିସିନ ନ ଖାଇଲେ ଆଧାର, ସୁଭଦ୍ରା, ରାସନ କାର୍ଡ କଟିବ ନେଇ ଧମକ ହୋଇଥିବା ସାଙ୍ଘାତିକ ଅବିଯୋଗ ଆଣିଲେ ପରିବାର ।

ସୁବର୍ଣ୍ଣପୁର: ଫାଇଲେରିଆ ଔଷଧ ଖାଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ବୁର୍ଲାରେ ଚିକିତ୍ସାଧୀନ ବୀରମହାରାଜପୁର ବିକଲପାଲି ଗାଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଅଙ୍ଗନବାଡ଼ି ଓ ଆଶା ଦିଦି ବାଣ୍ଟିଥିବା ଔଷଧ ଖାଇ ଅସୁସ୍ଥ ହୋଇପଡ଼ିଥିଲେ ଯୁବକ । ମେଡ଼ିସିନ ନ ଖାଇଲେ ଆଧାର, ସୁଭଦ୍ରା, ରାସନ କାର୍ଡ କଟିଯିବା ନେଇ ଧମକ ହୋଇଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ ।

ପ୍ରଥମେ ସୁବର୍ଣ୍ଣପୁର ଓ ପରେ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ତାଙ୍କର ଚୀକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ କ୍ଷତିପୁରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ।

କାନପୁର ଛକରେ ରାସ୍ତା ଅବରୋଧ କଲେ ପରିବାର ଓ ଗ୍ରାମବାସୀ । ସ୍ଥାନୀୟ ତହସିଲଗାର ଓ ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ମିଳିଛି ।