(Viral Video) ମୋତେ ବାଟ ଛାଡ଼ ନହେଲେ ମଡ଼େଇ ଦେବ… ମହିଳା ପୋଲିସ ମାଡାମଙ୍କୁ ୧୨୦ ମିଟର ଘୋଷାରି ନେଲା ମଦୁଆ ଅଟୋବାଲା
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ମଦୁଆ ଅଟୋବାଲାକୁ ରୋକିବାକୁ ଯାଇ ପୋଲିସ ମାଡାମ ହଟହଟା ।
ପୁଣେ: ମହାରାଷ୍ଟ୍ର ସତରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଦ ପିଇ ମାତାଲ ଅଟୋ ରିସ୍କା ଡ୍ରାଇଭର ଜଣେ ମହିଳା ପୋଲିସଙ୍କୁ ଗାଡ଼ିରେ ଘୋଷାଡ଼ି ନେଇଥିବା ଖବର ସାମ୍ନାକୁ ଆସିଛି ।
ସୋମବାର ମହିଳା ପୋଲିସ ଜଣକ ଅଟୋ ଡ୍ରାଇଭରଙ୍କୁ ଖନ୍ଦୋବା ମଲ ପାଖରେ ଅଟକାଇବାକୁ ଚେଷ୍ଟା କଲେ । ଅଟୋ ରଖିବା ବଦଳରେ ଡ୍ରାଇଭର ଜଣକ ଗାଡ଼ିକୁ ଜୋରେ ଚଲାଇବାକୁ ଲାଗିଲେ ।
ପୋଲିସ ଜଣକ ଛନ୍ଦି ହୋଇ ଗାଡ଼ି ପଛରେ ରହିଯାଇଥିବାବେଳେ ଅଟୋବାଲା ତାଙ୍କୁ ଘୋଷାରି ୧୨୦ ମିଟର ନେଇଯାଇଥିବା କୁହାଯାଉଛି ।
ପୋଲିସ ମାଡାମଙ୍କ ଚିକ୍ରାର ଶୁଣି ଆଖପାଖରେ ଥିବା ଲୋକେ ମାତାଲ ଡ୍ରାଇଭରକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଅଟୋ ଡ୍ରାଇଭର ଜଣକ ରାସ୍ତା କଡ଼ରେ ରଖାଯାଇଥିବା ବାଇକ୍, ସାଇକେଲ ଉପରେ ଅଟୋ ଚଢ଼ାଇ ଦେଇଥିବା ମଧ୍ୟ ସେଠାକାର ଲୋକେ କହିଛନ୍ତି ।
ମହିଳା ପୋଲିସଙ୍କୁ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ମାଡାମ ସମ।।ନ୍ୟ ଆହତ ହୋଇଥିବାବେଳେ ଅଟୋ ଡ୍ରାଇଭରକୁ ଅଟକ ରଖାଯାଇଛି ।
#Video: Drunk autorickshaw driver drags woman cop trying to stop him in #Maharashtra
Read more: https://t.co/IUh1KYSglJ | Abhijit Karande pic.twitter.com/MEhNglYezA
— IndiaToday (@IndiaToday) August 19, 2025