fbpx

ଦିନକରେ ୧୦୦୭ ଜୀବନ ନେଲା କରୋନା

ନୂଆଦିଲ୍ଲୀ,୧୦ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୪ ହଜାର ୩୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ ହଜାର ୦୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୪କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୬ ଲକ୍ଷ ୩୪,୯୪୫ ଜଣ ଚିକିତ୍ସିତ ହେଉଥିବା ବେଳେ ୧୫ ଲକ୍ଷ ୩୫,୭୪୩ ଜଣ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଆରୋଗ୍ୟ ହାର ୬୯.୩୩ ପ୍ରତିଶତ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.