ମଧ୍ୟବିତ୍ତ ଓ ଚାଷୀଙ୍କୁ ଆଶ୍ୱସ୍ତି, GST 2.0 ଉପରେ ଅର୍ଥମନ୍ତ୍ରୀ କହିଲେ- ଏଥିରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ବି ମିଳିବ ଲାଭ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଜିଏସଟି ଷ୍ଟ୍ରକଚରରେ ପରିବର୍ତ୍ତନ ଏହିମାନଙ୍କୁ ଦେବ ଆଶ୍ୱସ୍ତି
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜିଏସଟି ଷ୍ଟ୍ରକଚରରେ ସଂସ୍କରଣ ହେବ। ଏଥିରେ ମଧ୍ୟବିତ୍ତ ବର୍ଗ, କୃଷକ, କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସ୍ତି ମିଳିବ।
ଏହି ସଂସ୍କରଣରେ ୨% ଏବଂ ୨୮% ଟିକସ ସ୍ଲାବକୁ ଉଚ୍ଚେଦ କରାଯିବ। ଏହା ବଦଳରେ କେବଳ ୫% ଏବଂ ୧୮% ସ୍ଲାବ ରଖାଯିବ। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜିଏସଟି 2.0 ସହ ଟିକସ ବ୍ୟବସ୍ଥା ସହଜ, ସ୍ୱଚ୍ଛ ଏବଂ ଗ୍ରୋଥ ଓରିଏଣ୍ଟେଡ୍ ହେବ।
ଅର୍ଥ ମନ୍ତ୍ରାଳୟ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଏଥିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଶସ୍ତା ହେବ। ଯାହା ସାଧାରଣ ଲୋକଙ୍କର ବ୍ୟବହାର ବୃଦ୍ଧି କରିବ। ବୁଧବାର ଦିନ ଦିଲ୍ଲୀର ବିଜ୍ଞାନ ଭବନରେ ଜିଏସଟି କାଉଁସିଲର ମନ୍ତ୍ରୀମାନଙ୍କ ଗ୍ରୁପର ବୈଠକ ହୋଇଥିଲା।
Union Minister for Finance and Corporate Affairs Smt. @nsitharaman today addressed the Group of Ministers (GoMs) constituted by the GST Council on Compensation Cess, Health & Life Insurance, and Rate Rationalisation at Vigyan Bhawan, New Delhi. Union Minister of State for… pic.twitter.com/hMRFOCwXBF
— Ministry of Finance (@FinMinIndia) August 20, 2025
GST 2.0 ତିନୋଟି ସ୍ତମ୍ଭ ଉପରେ ଆଧାରିତ: ନୂତନ GST ଢାଞ୍ଚା ଅନୁଯାୟୀ, ସାମଗ୍ରୀ ଉପରେ 5 ଏବଂ 18 ପ୍ରତିଶତ ହାରରେ ଟିକସ ଲାଗୁ ହେବ। କୁହାଯାଇଛି ଯେ, ପାନ ମସଲା, ତମାଖୁ ଏବଂ ଅନଲାଇନ୍ ଗେମିଂ ଭଳି 5-7 ‘Sinful Goods’ ଉପରେ 40 ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ ହେବ। GST ସଂସ୍କାର ଅଧୀନରେ, ଟିକସ ସ୍ଲାବକୁ 4 ରୁ 2 କୁ ହ୍ରାସ କରାଯିବ।
ବର୍ତ୍ତମାନ, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ 5 ପ୍ରତିଶତ କିମ୍ବା କୌଣସି ପ୍ରକାରର ଟିକସ ଲାଗୁ ନାହିଁ। ଅନ୍ୟପକ୍ଷେ ସଉକିନ ଏବଂ କ୍ଷତିକାରକ ସାମଗ୍ରୀ ଉପରେ 28 ପ୍ରତିଶତ ଟିକସ ଲାଗୁ ହେଉଛି। ସୀତାରମଣ କହିଛନ୍ତି ଯେ, GST 2.0 ତିନୋଟି ସ୍ତମ୍ଭ ଉପରେ ଆଧାରିତ – structural reform, ହାରର ସରଳୀକରଣ ଏବଂ ଜୀବନକୁ ସହଜ କରିବା।