ସକାଳୁ ଉଠି କଫି ପିଉଛନ୍ତି କି? ଏହି ମାରାତ୍ମକ ରୋଗରେ ହେବେ ଶିକାର !
ଆପଣଙ୍କ ପ୍ରିୟ କଫି ଆପଣଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ସକାଳୁ କଫି ପିଇଲେ ଶରୀରରେ କ’ଣ ପରିବର୍ତ୍ତନ ଏବଂ ସମସ୍ୟା ସୃଷ୍ଚି ହୋଇପାରେ ।
ଓଡ଼ିଶା ଭାସ୍କର: ଆଜିକାଲି କଫି ଯୁବପିଢିଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ସ୍ବାଦରେ ମତୁଆଲା କରି ରଖିଛି । ଅଧିକାଂଶ ଲୋକଙ୍କ ସକାଳୁ କପେ ଚା କିମ୍ବା କଫି ବିନା ଦିନ କଳ୍ପନା କରିବା ଅସମ୍ଭବ ହୋଇଥାଏ । ଏପରି ଆପଣ ଅନେକ ଲୋକଙ୍କୁ କହିବା ଶୁଣିଥିବେ, କଫି ପିଇବା ଦ୍ୱାରା ନିଦ ଦୂର ହୋଇଥାଏ ଏବଂ ସତେଜ ଅନୁଭବ ହୁଏ । ତେବେ ଆପଣ କ’ଣ ସେମାନଙ୍କ ମଧ୍ୟରୁ ଜଣେ? ଯଦି ହଁ, ତେବେ ଡାକ୍ତରମାନେ ଆପଣଙ୍କୁ ସତର୍କ ରହିବାକୁ ଚେତାବନୀ ଦେଉଛନ୍ତି ।
ଆପଣଙ୍କ ପ୍ରିୟ କଫି ଆପଣଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ସକାଳୁ କଫି ପିଇଲେ ଶରୀରରେ କ’ଣ ପରିବର୍ତ୍ତନ ଏବଂ ସମସ୍ୟା ସୃଷ୍ଚି ହୋଇପାରେ ।
ଗ୍ୟାସ ସମସ୍ୟା ଓ ଅଲସର:
ଖାଲି ପେଟରେ କଫି କିମ୍ବା ଚା ପିଇବା ଦ୍ୱାରା ପେଟରେ ଏସିଡ୍ ବଢ଼ିଯାଏ । ଯାହା ଫଳରେ ଗ୍ୟାସ ଭଳି ବିପଦପୂର୍ଣ୍ଣ ସମସ୍ୟା ସୃଷ୍ଟି ହୁଏ । ଏହାର ଦୀର୍ଘକାଳୀନ ସେବନ ପେଟରେ ଅଲସର(Stomach Ulcer) ଏବଂ କର୍କଟ(Cancer) ଭଳି ରୋଗର ଆଶଙ୍କା ବଢ଼ାଇଥାଏ । ଏହା ବ୍ୟତୀତ, ଏହା ଦାନ୍ତକୁ କ୍ଷତି ପହଞ୍ଚାଇ ଦାନ୍ତ କ୍ଷୟର କାରଣ ସାଜିଥାଏ ।
ଷ୍ଟ୍ରେସ୍ ହର୍ମୋନରେ ବୃଦ୍ଧି:
କଫିରେ ଥିବା କ୍ୟାଫିନ୍ ଷ୍ଟ୍ରେସ୍ ହର୍ମୋନ ବା କର୍ଟିସୋଲ୍(Cortisol)ସ୍ତରକୁ ବୃଦ୍ଧି କରେ । NCBI ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି ଶରୀରରେ କର୍ଟିସୋଲ୍ ସ୍ତର ବୃଦ୍ଧି ପାଏ, ତେବେ ଅଧିକ ଓଜନ, ବ୍ରଣ, ଉଚ୍ଚ ରକ୍ତଚାପ, ମାଂସପେଶୀ ଦୁର୍ବଳତା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଦିଏ । କର୍ଟିସୋଲ୍ ସ୍ତର ସାଧାରଣତଃ ସକାଳ 6 ରୁ 10 ଟା ମଧ୍ୟରେ ସର୍ବାଧିକ ରହିଥାଏ । ତେଣୁ ଏହି ସମୟରେ କଫି ପିଇବା ଶରୀରରେ ହେଉଥିବା ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକୁ ବାଧା ଦେଇଥାଏ ।
ଅନ୍ତନଳୀ ସ୍ୱାସ୍ଥ୍ୟକୁ ଖରାପ କରିଥାଏ:
ସକାଳୁ ଜଳଖିଆ ନ ଖାଇ କିମ୍ବା ପାଣି ନ ପିଇ ଉଠିବା ପରେ ସିଧାସଳଖ କଫି ପିଇବା ଦ୍ଵାରା ଅନ୍ତନଳୀ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏପରି ଅଭ୍ୟାସ ଦ୍ବାରା ପେଟରେ ଯନ୍ତ୍ରଣା, ବଦହଜମୀ ଏବଂ ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି ହୁଏ । ସେହିପରି ଭୋକ ନ ଲାଗିବା ସହିତ ପାଚନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
ଚାପ ଏବଂ ଚିନ୍ତା:
ଉଠିବା ପରେ କାଫିନ୍ ସେବନ କରିବା କିଛି ଲୋକଙ୍କ ମଧ୍ୟରେ ଚାପ ଏବଂ ଚିନ୍ତା ବୃଦ୍ଧି କରେ ବୋଲି ଏକ ରିପୋର୍ଟରେ ପ୍ରକାଶ କରାଯାଇଛି। ଏହା ବ୍ୟତୀତ ଶରୀରରେ କାଫିନର ଉଚ୍ଚସ୍ତର ଉଚ୍ଚ ରକ୍ତଚାପ, ଅନିଦ୍ରା, ପେଟ ଯନ୍ତ୍ରଣା, ବାନ୍ତି ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ସୃଷ୍ଟି କରିପାରେ ବୋଲି ଆମେରିକାର ଖାଦ୍ୟ ଏବଂ ପ୍ରଶାସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ।
ତେବେ କେତେବେଳେ ପିଇବେ କଫି ?
ସକାଳେ ଉଠିବାର 2 ଘଣ୍ଟା ପରେ କଫି ପିଇବାକୁ ସର୍ବୋତ୍ତମ ସମୟ ବୋଲି ବିବେଚନା କରାଯାଏ । ଏହି ସମୟରେ କଫି ପିଇବା ଦ୍ୱାରା କର୍ଟିସୋଲ ସ୍ତର ସ୍ୱାଭାବିକ ହେବାରେ ସାହାଯ୍ୟ କରେ । ହେଲେ ଆପଣ ଯଦି ସକାଳ କଫି ବିନା ଦିନ ଆରମ୍ଭ କରିପାରନ୍ତି ନାହିଁ, ତେବେ କିଛି ହାଲୁକା ଖାଦ୍ୟ ଖାଇ କଫି ପିଇପାରିବେ । ଏପରି କରିବା ଦ୍ବାରା ପାଚନ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପଡ଼ିନଥାଏ ।