ରୋହିତ-କୋହଲିଙ୍କ ପରେ ଭାରତ ପାଇଁ T20Iରେ ସର୍ବାଧିକ ରନ୍ କରିଥିବା ସକ୍ରିୟ ଖେଳାଳି

ନୂଆଦିଲ୍ଲୀ: ଭାରତ ପାଇଁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିଥିବା ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ନେଇସାରିଛନ୍ତି। ବିରାଟ କୋହଲି ମଧ୍ୟ ଅବସର ନେଇସାରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିମାନେ ଭାରତ ପାଇଁ ଟି-୨୦ କ୍ରିକେଟରେ ସର୍ବାଧିକ ରନ କରିଛନ୍ତି।

ଭାରତ ପାଇଁ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିବା କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ରନ ସ୍କୋର କରିବାରେ ସୂର୍ଯ୍ୟକୁମାର ଯାଦବ ପ୍ରଥମ ସ୍ଥାନରେ ଅଛନ୍ତି।

ସେ ୮୩ ଟି-୨୦ ମ୍ୟାଚ୍ ଖେଳି ମୋଟ ୨୫୯୮ ରନ କରିଛନ୍ତି, ଯେଉଁଥିରେ ତାଙ୍କ ବ୍ୟାଟରୁ ୪ଟି ଶତକ ଏବଂ ୨୧ଟି ଅର୍ଦ୍ଧଶତକ ଆସିଛି।

ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ କ୍ରିକେଟରଙ୍କ ମଧ୍ୟରେ କେଏଲ ରାହୁଲ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି। ସେ ୭୨ଟି ମ୍ୟାଚରେ ମୋଟ ୨୨୬୫ ରନ କରିଛନ୍ତି, ଯେଉଁଥିରେ ଦୁଇଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ରହିଛି।

ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ୧୧୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ମୋଟ ୧୮୧୨ ରନ୍ କରିଛନ୍ତି। ଯେଉଁଥିରେ ପାଞ୍ଚଟି ଅର୍ଦ୍ଧଶତକ ରହିଛି। ସେ ଭାରତ ପାଇଁ ସକ୍ରିୟ କ୍ରିକେଟରଙ୍କ ମଧ୍ୟରେ ତୃତୀୟ ସର୍ବାଧିକ ରନ୍ ସ୍କୋର କରିଥିବା କ୍ରିକେଟର ହୋଇଛନ୍ତି।

ରିଷଭ ପନ୍ତ ଭାରତ ପାଇଁ ୭୬ ଟି ଟି-୨୦ ମ୍ୟାଚ୍ ଖେଳି ମୋଟ ୧୨୦୯ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ବ୍ୟାଟ୍ ରୁ ତିନୋଟି ଅର୍ଦ୍ଧଶତକ ଆସିଛି। ଏବଂ ସେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଶ୍ରେୟସ ଆୟରଙ୍କୁ ଟି-୨୦ ଏସିଆ କପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ଦିଆଯାଇ ନାହିଁ। କିନ୍ତୁ ସେ ଟିମ୍ ଇଣ୍ଡିଆ ପାଇଁ ୫୧ ଟି-୨୦ ମ୍ୟାଚ୍ ଖେଳି ମୋଟ ୧୧୦୪ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ବ୍ୟାଟ୍ ରୁ ୮ଟି ଅର୍ଦ୍ଧଶତକ ଆସିଛି। ଏହି ସମୟ ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର ୭୪ ରନ୍ ରହିଛି।