fbpx

ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡିଲେ ଡାକ୍ତର, କାରଣ ଜାଣିଲେ ଉଡିବ ହୋସ୍

କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ମାସ୍କ ପିନ୍ଧିବାକୁ ବିରୋଧ କରୁଛନ୍ତି । ଲୋକମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଡାକ୍ତରଜଣକ ପ୍ରାୟ ୩୫ କିଲୋମିଟର ଦୌଡୁଥିଲେ ।

ବ୍ରିଟେନରେ ରହୁଥିବା ଜଣେ ଡାକ୍ତର ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡିଥିଲେ । ଏହି ସମୟରେ ସେ ଗୋଟିଏ ଡିଭାଇସ୍ ସାହାର୍ଯ୍ୟରେ ଅମ୍ଲଜାନ ସ୍ତରକୁ ମାପିଥିଲେ । ସିଏନଏନ ରିପୋର୍ଟ ମୁତାବକ, ଡାକ୍ତର ଟମ୍ ଲଟନ କହିଛନ୍ତି ଯେ ମାସ୍କ ପିନ୍ଧି ଦୌଡିବରା ପରେ ବି ଅମ୍ଳଜାନର ମାତ୍ରା କମିନଥିଲା ।


ଏହା ସହ ଡାକ୍ତ ଜଣକ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଦୌଡିବା ସମୟରେ ଅମ୍ଲଜାନ ସ୍ତର ୯୮ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା । ଡାକ୍ତର ଟମ୍ ଲଟନଙ୍କର ଏପରି କରିବା ପଛରେ ଏକ ବଡ କାରଣ ରହିଛି । ସେ ଲୋକଙ୍କୁ ବୁଝାଇବାକୁ ଚାହୁଁଥିଲେ ଯେ, ମାସ୍କ ସୁରକ୍ଷିତ ଓ କରୋନା ଭାଇରସକୁ ରୋକିବା ପାଇଁ ଜରୁରୀ ଅଟେ । ତେଣୁ ସମସ୍ତଙ୍କର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Get real time updates directly on you device, subscribe now.