OTT ପ୍ଲାଟ ଫର୍ମରୁ କ୍ରାଇମ୍ ଆଇଡିଆ; 10 ବର୍ଷ ଝିଅକୁ 18 ଥର ଛୁରୀ ଭୁଷି ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର

ଏ କି ଯୁଗ ହେଲା ? OTT ଶିଖି ୧୦ ବର୍ଷର ଝିଅକୁ ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର। ଅପରାଧ ଘଟାଇବା ପାଇଁ ଛାତ୍ର ଜଣକ କାଗଜରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା।

ହାଇଦ୍ରାବାଦ: ଏ କି ଯୁଗ ହେଲା ? OTT ଶିଖି ୧୦ ବର୍ଷର ଝିଅକୁ ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର। ଅପରାଧ ଘଟାଇବା ପାଇଁ ଛାତ୍ର ଜଣକ କାଗଜରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା। ଏହି ଅଘଟଣ 18 ଅଗଷ୍ଟରେ ହୋଇଥିଲା । ତେବେ ଏହି ହତ୍ୟା ପରେ ଛାତ୍ର ଜଣକ ବିନା କୌଣସି ଡରରେ ମୃତକର ପଡୋଶୀରେ ହିଁ ରହୁଥିଲା । ଏହି ଅଘଟଣ ହାଇଦ୍ରାବାଦର କୁକଟପଲ୍ଲୀରେ ଘଟିଛି ।

କାଗଜରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇଥିଲା

ଛାତ୍ର ଜଣକ ଅପରାଧ ଘଟାଇବା ପାଇଁ କାଗଜରେ ପୂର୍ବରୁ ଏକ ଯୋଜନା ପ୍ରସ୍ତୁତ କରିଥିଲା। ଚୋରି କିପରି କରିବ? ଯଦି କେହି ସେଠାରେ ରହୁଥିଲା, ତେବେ ଯୋଜନା B ଅନୁଯାୟୀ, ତାକୁ କିପରି ହତ୍ୟା କରିବ, ଏସବୁ ଲେଖାଯାଇଥିଲା। ଯଦି କେହି ତାକୁ ଚୋରି କରୁଥିବାର ଦେଖିଲା, ତେବେ ହତ୍ୟା କରିବା ପାଇଁ ତା’ ପାଖରେ ଏକ ଛୁରୀ ମଧ୍ୟ ଥିଲା। ସେ ଏହାକୁ ବ୍ୟବହାର କରି ହତ୍ୟା କରିଥିଲା।

ସିସିଟିଭିରୁ ବଞ୍ଚିବା ପାଇଁ ଏହି ପଦ୍ଧତି ଅବଲମ୍ବନ କରିଥିଲା

ସିସିଟିଭି ନଜରରେ ନ ଆସିବା ପାଇଁ, ସେ ଗୋଟିଏ କୋଠାରୁ ଅନ୍ୟ କୋଠାକୁ ଡେଇଁ ଉପରରୁ ତଳକୁ ଆସିବାକୁ ଯୋଜନା କରିଥିଲା। କାରଣ ପୁଅଟି ପୂର୍ବରୁ ଏହି ଘରକୁ ଆସୁଥିଲା। ହୁଏତ ସେଥିପାଇଁ ସେ ଜାଣିଥିଲା ​​ଯେ ଘରର ପୂଜାସ୍ଥଳରେ ଟଙ୍କା ରଖାଯାଏ। ସେ ସେଠାରୁ 80 ହଜାର ଟଙ୍କା ମଧ୍ୟ ନେଇଯାଇଥିଲା।

ନିର୍ଦ୍ଦୋଷ ଝିଅଟି ତାକୁ ଚୋରି କରୁଥିବାର ଦେଖିଲା

ସେ ଜାଣି ନଥିଲା ଯେ ଘରେ କେହି ଅଛନ୍ତି ବୋଲି। ହଠାତ୍ ମୃତକ ସହସ୍ରା ବାଥରୁମ୍ ବାହାରିବା ବେଳେ ତାକୁ ଚୋରି କରୁଥିବା ଦେଖି ସେ ତାକୁ ଧମକାଇଲା କି, ସେ ତା’ ବାପାଙ୍କୁ କହିବ।  ଏହା ପରେ ଅଭିଯୁକ୍ତ ଛାତ୍ର ତାର ପ୍ଲାନ B ଆପ୍ଲାଏ କଲା । ପ୍ରଥମେ ସହସ୍ରାର ଗଳାକାଟି ହତ୍ୟା କଲା। ତା’ପରେ ସେ ଛୁରି ସାହାଯ୍ୟରେ ଝିଅଟିର ବେକ ଏବଂ ପେଟକୁ 18 ଥର ଛୁରି ମାରିଲା। ଯେତେବେଳେ ସେ ନିଶ୍ଚିତ ହେଲା ଯେ ସେ ମରିଯାଇଛି, ତା’ପରେ ସେ ସେଠାରୁ ଚାଲିଗଲା।

ଘରେ ଛୁରି ଏବଂ ରକ୍ତ ଭିଜା ପୋଷାକ ଲୁଚାଇ ରଖିଲା

ହତ୍ୟା ପରେ, ସେ ସେହି ବାଟ ଦେଇ ଘରେ ପହଞ୍ଚିଲା। ସେ ଘରେ ରକ୍ତ ଭିଜା ପୋଷାକ ଏବଂ ଛୁରି ଲୁଚାଇ ରଖିଲା। ପୁଅର ମାଆଙ୍କ ସାମ୍ନାରେ ଘର ଖୋଜାଖୋଜି ସମୟରେ ପୋଲିସ ଛୁରି ଏବଂ ପୋଷାକ ଜବତ କରିଥିଲା। ମୃତ ଝିଅଟିର ବାପା ଜଣେ ମେକାନିକ୍। ମାଆ ଏକ ନର୍ସିଂ ହୋମରେ କାମ କରନ୍ତି।

OTT ର କ୍ରାଇମ ଷ୍ଟୋରୀରୁ ଧାରଣା ପାଇଲେ

ସେ OTT ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆରେ କ୍ରାଇମ ଷ୍ଟୋରୀ ସବୁ ଦେଖୁଥିଲା। ସେଠାରୁ ସେ ଚୋରି ଏବଂ ହତ୍ୟାର ଧାରଣା ପାଇଲା। ସେ ତାଙ୍କ ପସନ୍ଦର ଜିନିଷ କିଣିବା ପାଇଁ ତାଙ୍କ ମାଆଙ୍କଠାରୁ ଟଙ୍କା ପାଇପାରିଲା ନାହିଁ। ତେଣୁ, ସେ ଭାବିଲା ଯେ ଚୋରି ହିଁ ହେଉଛି ଟଙ୍କା ପାଇଁ ସଠିକ ବିକଳ୍ପ ।