ନବୀନ ନିବାସରେ କ’ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିରୋଧୀ ଦଳ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ମେଡିକାଲରୁ ଫେରିବା ପରେ ନବୀନଙ୍କୁ ଦେଖା କରିବାକୁ ଗଲେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୋହନ।

ସୂଚନାନୁସାରେ, ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କଥା ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫୋନ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ସୁସ୍ଥି ହେବା ପରେ ଦିଲ୍ଲୀ ଆସିଲେ ଦେଖା କରିବାକୁ ମଧ୍ୟ ନବୀନଙ୍କୁ କହିଥିଲେ ମୋଦୀ। ଆଉ ଆଜି ନବୀନ ନିବାସ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ବୁଝିବାକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ।