ମିଛୁଆ ଟ୍ରମ୍ପ ପୁଣି ମିଛ କହିଲେ, ଟାରିଫ୍ ନୁହେଁ ଏହି କାରଣ ପାଇଁ ଭାରତ ଛାଡ଼ିଥିଲା ବାଇକ୍ କମ୍ପାନୀ

"ଶୁଳ୍କ ଯୋଗୁଁ ହାର୍ଲି ଡେଭିଡସନ ଭଳି ବାଇକ୍ କମ୍ପାନୀଗୁଡ଼ିକୁ ଭାରତ ଛାଡିବାକୁ ପଡିଛି"।

ନୂଆଦିଲ୍ଲୀ: ମିଛୁଆ ଟ୍ରମ୍ପ। ଏଠିବି ମିଛ କହିଲେ।  ପୂର୍ବରୁ ତ ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତୀ ନେଇ ନିଜକୁ ଶ୍ରେୟ ଦେବାକୁ ଚାହୁଁଥିଲେ ଯାହାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାକୁ ଦେଲେନି, ହେଲେ ଏବେ ଏଠି ବି ପୁଣି ମିଛ କହିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଉପରେ ଶୁଳ୍କ ଲଗାଇବାର ମିଛ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଭାରତ ବିଶ୍ୱରେ ସର୍ବାଧିକ ଶୁଳ୍କ ଲଗାଇଛି।

ଯେତେବେଳେ ଆମେରିକା ଭାରତୀୟ ସାମଗ୍ରୀକୁ ବିନା କୌଣସି ବାଧାରେ ନିଜ ବଜାରରେ ପ୍ରବେଶ କରିଛି। ସେତେବେଳେ ଟ୍ରମ୍ପ କହିଛନ୍ତି ଯେ ଭାରୀ ଶୁଳ୍କ ଯୋଗୁଁ ହାର୍ଲି ଡେଭିଡସନ ଭଳି ବାଇକ୍ କମ୍ପାନୀଗୁଡ଼ିକୁ ଭାରତ ଛାଡିବାକୁ ପଡିଛି। ଯାହାକି ଟ୍ରମ୍ପଙ୍କର ମିଛ ଦାବି ବୋଲି କୁହାଯାଉଛି।

ଯଦି ଦେଖିବା ହାର୍ଲି-ଡେଭିଡସନର ଭାରତରୁ ବିଦାୟ ନେବା ସହ ଟାରିଫ୍ ର କୌଣସି ସମ୍ପର୍କ ନଥିଲା।  ହାର୍ଲି-ଡେଭିଡସନ୍ ୨୦୦୯ ମସିହା ଅଗଷ୍ଟ ମାସରୁ ଭାରତରେ ଏହାର କାମ ଆରମ୍ଭ କରିଥିଲା ଏବଂ ୨୦୧୦ ମସିହାରେ ପ୍ରଥମ ଡିଲରସିପ୍ ଖୋଲିଥିଲା।

ହାର୍ଲି ପୂର୍ବରୁ ଭାରତରେ ବାଇକ୍ ତିଆରି କରୁଥିଲା, ହେଲେ ପରେ ଦେଶରେ କିଛି ମଡେଲ୍ ଗଠନ କରିବା ଆରମ୍ଭ କରିଥିଲା। କିନ୍ତୁ ପ୍ରାୟ ୧୦ ବର୍ଷ ପରେ ହାର୍ଲି ଡେଭିଡସନକୁ ୨୦୨୦ରେ ଭାରତ ଛାଡିବାକୁ ପଡିଲା। ଏହା କମ୍ପାନୀର ବିକ୍ରୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଥିଲା। ଯେଉଁଥିରୁ ପ୍ରମାଣିତ ହେଉଛି କି ଭାରତ ଛାଡିବାର କାରଣ ଟାରିଫ୍ ନୁହେଁ।

ଏହା ଥିଲା କାରଣ: ୨୦୦୯ ମସିହାରେ ଯେତେବେଳେ ହାର୍ଲି-ଡେଭିଡସନ୍ ଭାରତ ଆସିଥିଲା ଏହା ଏହାର ଅନନ୍ୟ ଡିଜାଇନ୍ ଏବଂ ଶକ୍ତିଶାଳୀ ଇଞ୍ଜିନ୍ ବାଇକ୍ ପାଇଁ ଶୀଘ୍ର ପ୍ରସିଦ୍ଧ ହୋଇଯାଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀକୁ ଭାରତରେ ଭଲ ଲାଭ ମିଳିଥିଲା। କିନ୍ତୁ ୨୦୨୦ ସୁଦ୍ଧା ବାଇକ୍ ବିକ୍ରି ବହୁତ କମିଯାଇଥିଲା। ହାର୍ଲି ଭାରତରେ ଏହାର ଉତ୍ପାଦନ ମଧ୍ୟ ବନ୍ଦ କରିଦେଇଥିଲା।

କାରଣ କମ୍ପାନୀର ଚାହିଦା ଧିରେ ଧିରେ କମିବାରେ ଲାଗିଥିଲା, କମ ବିକ୍ରି ଏବଂ କ୍ଷତିର ସମ୍ମୁଖୀନ ହେଉଥିଲା। ଏହା କମ୍ପାନୀର ବିଶ୍ୱସ୍ତରୀୟ ରଣନୀତି ‘ରିୱାୟାର’ର ଏକ ଅଂଶ ଥିଲା, ଯାହା ଅଧୀନରେ ଏହା କେବଳ ଚୟନିତ ଏବଂ ଲାଭଦାୟକ ବଜାର ଉପରେ ଧ୍ୟାନ ଦେଉଥିଲା।

କମ୍ପାନୀ କାହିଁକି ତିଷ୍ଠି ପାରିଲା ନାହିଁ: ଭାରତ ବିଶ୍ୱର ସର୍ବବୃହତ ଦୁଇଚକିଆ ଯାନ ବଜାର, ଯାହା ପୂର୍ବରୁ ହିରୋ, ବଜାଜ ଏବଂ ହୋଣ୍ଡା ଭଳି ସୁଲଭ ବାଇକ୍ ଦ୍ୱାରା ପ୍ରଭାବିତ।

ହାର୍ଲିର ହାରାହାରି ମୂଲ୍ୟ ୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଥିଲା। ଯାହା ଅଧିକାଂଶ ଭାରତୀୟ ଗ୍ରାହକଙ୍କ ପକ୍ଷେ କିଣିବା ସମ୍ଭବ ନଥିଲା। ୨୦୧୧ ମସିହାରେ ଯେତେବେଳେ ଏହା ହରିୟାଣା ପ୍ଲାଣ୍ଟ ସ୍ଥାପନ କରିଥିଲା, ସେତେବେଳେ ମଧ୍ୟ ହାର୍ଲିର ବାର୍ଷିକ ବିକ୍ରି ୩୦୦୦ ୟୁନିଟ୍ ରୁ କମ୍ ଥିଲା।

୨୦ ନିୟୁତ ବାଇକ୍ ର ବଜାରରେ ଏହି ସଂଖ୍ୟା ବହୁତ କମ୍। ଶେଷରେ ଏହାକୁ ଟାରିଫ୍ ଯୋଗୁଁ ନୁହେଁ, କମ୍ ଚାହିଦା ଏବଂ ବ୍ୟବସାୟିକ ଚ୍ୟାଲେଞ୍ଜ ପାଇଁ ବାହାରକୁ ଯିବାକୁ ବାଧ୍ୟ କରାଯାଇଥିଲା।

ହାର୍ଲି ଫେରି ଆସିଛି: ତଥାପି ହାର୍ଲି-ଡେଭିଡସନ୍ ଭାରତକୁ ଫେରି ଆସିଛି।  ଭାରତରେ ଏହାର ବିକ୍ରି ଏବଂ କାର୍ଯ୍ୟ ହିରୋ ମୋଟୋକର୍ପ ଦ୍ୱାରା ପରିଚାଳିତ ହେଉଛି।

ହାର୍ଲି-ଡେଭିଡସନ୍ ହିରୋ ମୋଟୋକର୍ପ ସହିତ ଏକ ଲାଇସେନ୍ସ ଚୁକ୍ତିନାମା ମାଧ୍ୟମରେ ଭାରତକୁ ଫେରିଛି। ଯାହା ଦେଶରେ ହାର୍ଲି-ଡେଭିଡସନ୍ ମୋଟରସାଇକେଲର ବଣ୍ଟନ, ବିକ୍ରି ଏବଂ ସର୍ଭିସିଂ ପରିଚାଳନା କରେ।

ଏହି ସହଭାଗୀତା ଅଧୀନରେ କମ୍ପାନୀ ଭାରତରେ ଏକ ସୁଲଭ ହାର୍ଲି-ଡେଭିଡସନ୍ X440 ମଧ୍ୟ ଲଞ୍ଚ କରିଛି। ଯାହା ହିରୋର ଉତ୍ପାଦନ ପ୍ଲାଣ୍ଟରେ ନିର୍ମିତ। ହିରୋ ମୋଟୋକର୍ପର ନେଟୱାର୍କ ମାଧ୍ୟମରେ ପ୍ରିମିୟମ୍ ହାର୍ଲି ମଡେଲଗୁଡ଼ିକର ପ୍ରବେଶ ମଧ୍ୟ ବଢିଛି।