ଜୟା ବଚ୍ଚନଙ୍କୁ ପସନ୍ଦ କରନ୍ତିନି ବୋହୂ ଐଶ୍ୱର୍ଯ୍ୟା ରାୟ, ସବୁ ସତ କହିଦେଲେ ଡାଇରେକ୍ଟର
ବଚ୍ଚନ ପରିବାରର ଖୋଲିଲା ଗୁମର।
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବଚ୍ଚନ ପରିବାର। ପାରିବାରିକ ବିବାଦକୁ ନେଇ ସବୁବେଳେ ଖବରରେ ଥାନ୍ତି। ଏବେ ଠିକ୍ ସେହିପରି ଶାଶୁ-ବୋହୂକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସତରେ କ’ଣ ଶାଶୁ ଜୟା ବଚ୍ଚନଙ୍କୁ ବୋହୂ ଐଶ୍ୱର୍ଯ୍ୟା ରାୟ ପସନ୍ଦ କରନ୍ତିନି?
ହଁ ଆଜ୍ଞା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ବଲିଉଡର ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। କିନ୍ତୁ କିଛି ଦିନ ହେବ ଦୁହେଁ ଛାଡ଼ପତ୍ର ନେବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି।
ଏହାସହ ଦାବି ମଧ୍ୟ କରାଯାଉଛି କି ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କ ଘର ଛାଡି ଦେଇଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କଠାରୁ ଅଲଗା ହୋଇଯିବେ। ତଥାପି ଐଶ୍ୱର୍ଯ୍ୟା, ଅଭିଷେକ ଏବଂ ପୁରା ବଚ୍ଚନ ପରିବାର ଏହି ଖବର ଉପରେ ନୀରବ ରହିଛନ୍ତି।
ଏବେ ପ୍ରସିଦ୍ଧ ବିଜ୍ଞାପନ ନିର୍ଦ୍ଦେଶକ ପ୍ରହଲ୍ଲାଦ କକ୍କର ଏହି ଗୁଜବ ପଛରେ ଥିବା ସତ ପ୍ରକାଶ କରିଛନ୍ତି। ଏବଂ ଏହା ମଧ୍ୟ ବାଖ୍ୟା କରିଛନ୍ତି ଯେ ଐଶ୍ୱର୍ଯ୍ୟା କାହିଁକି ବଚ୍ଚନ ପରିବାର ଘର ଛାଡି ତାଙ୍କ ବାପଘରେ ରହୁଛନ୍ତି।
କ’ଣ କହିଲେ ପ୍ରହ୍ଲାଦ କକ୍କର : ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ, ସେ ଐଶ୍ୱର୍ଯ୍ୟାଙ୍କୁ ଜଣେ ମଡେଲ ଥିବା ସମୟରୁ ଜାଣନ୍ତି ଏବଂ ସେଥିପାଇଁ ସେ ସବୁବେଳେ ତାଙ୍କ ପ୍ରତି ସୁରକ୍ଷା ଦେଇ ଆସୁଛନ୍ତି।
ଏହା ବ୍ୟତୀତ, ଐଶ୍ୱର୍ଯ୍ୟା ପ୍ରହ୍ଲାଦଙ୍କ ସହିତ ସମାନ କୋଠାରେ ରହୁଥିଲେ, ଯାହା କାରଣରୁ ସେ ତାଙ୍କ ବିଷୟରେ ଅନେକ କଥା ଜାଣନ୍ତି। ସେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ରର ଗୁଜବକୁ ମଧ୍ୟ ବକଓ୍ୱାସ୍ ବୋଲି କହିଥିଲେ।
ଛାଡପତ୍ର ଗୁଜବରେ କୌଣସି ସତ୍ୟତା ନାହିଁ: ଭିକି ଲାଲୱାନୀଙ୍କ ସହ ଆଲୋଚନାରେ ପ୍ରହ୍ଲାଦ କକ୍କର ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ଗୁପ୍ତ କଥା ପ୍ରକାଶ କରିଥିଲେ।
ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିବାକୁ ଗଲେ, ପ୍ରହ୍ଲାଦ ପ୍ରକାଶ କରିଥିଲେ ଯେ ଐଶ୍ୱର୍ଯ୍ୟା କେବେ ତାଙ୍କ ମାଆଙ୍କ ଘରୁ ବାହାରି ନାହାଁନ୍ତି। ବିବାହ ପରେ ମଧ୍ୟ ସେ ବାହାରକୁ ଯାଇ ନାହାଁନ୍ତି।
ସେ କହିଥିଲେ, “ମୁଁ ଭାବୁନାହିଁ ଯେ ଏହି ଗୁଜବରେ କୌଣସି ସତ୍ୟତା ଅଛି। ମୁଁ ସମାନ ବିଲ୍ଡିଂରେ ରହେ ଏବଂ ଜାଣେ ଯେ ଐଶ୍ୱର୍ଯ୍ୟା ସେଠାରେ କେତେ ସମୟ ବିତାନ୍ତି, ଏବଂ ସେଠାକୁ ଯିବାର ତାଙ୍କର ଏକ ବଡ଼ କାରଣ ଅଛି।
ତାଙ୍କ ମାଆଙ୍କ ଦେହ ଭଲ ନାହିଁ, ତେଣୁ ଐଶ୍ୱର୍ଯ୍ୟା ପ୍ରଥମେ ତାଙ୍କ ଝିଅକୁ ସ୍କୁଲରେ ଛାଡି ଦିଅନ୍ତି ଏବଂ ପରେ ଦିନ ୧ ଟାରେ ତାଙ୍କୁ ନେଇଆସନ୍ତି। ଏହି ତିନି କିମ୍ବା ଚାରି ଘଣ୍ଟା ମଧ୍ୟରେ ସମୟ ନଷ୍ଟ କରିବା ପରିବର୍ତ୍ତେ ସେ ତାଙ୍କ ମାଆଙ୍କ ଘରକୁ ଯାଇ ତାଙ୍କ ସହିତ ସମୟ ବିତାନ୍ତି।
ଐଶ୍ୱର୍ଯ୍ୟା ତାଙ୍କ ମାଆଙ୍କୁ ଦେଖା କରନ୍ତି: ଯେତେବେଳେ ପ୍ରହ୍ଲାଦଙ୍କୁ ଐଶ୍ୱର୍ଯ୍ୟା ଏବଂ ତାଙ୍କ ଶାଶୁ ଜୟା ବଚ୍ଚନଙ୍କ ମଧ୍ୟରେ ମତଭେଦ ଗୁଜବ ବିଷୟରେ ପଚରାଯାଇଥିଲା, ପ୍ରହ୍ଲାଦ କହିଥିଲେ, “ତେବେ କ’ଣ? ସେ ଏବେ ବି ସେହି ଘରର ବୋହୂ। ସେ ଏବେ ବି ଘର ଚଳାଉଛନ୍ତି।
ସମସ୍ତେ କହୁଛନ୍ତି ଯେ ଐଶ୍ୱର୍ଯ୍ୟା ତାଙ୍କ ବିବାହ ଭାଙ୍ଗି ତାଙ୍କ ମାଆଙ୍କ ସହିତ ରହୁଛନ୍ତି। କିନ୍ତୁ ସତ୍ୟ ହେଉଛି ଯେ ସେ କେବଳ ସକାଳେ ତାଙ୍କ ମାଆଙ୍କୁ ଦେଖା କରନ୍ତି ଏବଂ ତାହା ମଧ୍ୟ ତାଙ୍କ ଝିଅ ସ୍କୁଲ ଯିବା ପରେ। ସେ ରବିବାର ଦିନ ଆସନ୍ତି ନାହିଁ।
କେତେବେଳେ ଅଭିଷେକ ମଧ୍ୟ ଆସନ୍ତି। ତେବେ ବଡ଼ କଥା କ’ଣ? ଯଦି ସେ ତାଙ୍କ ପାଖରୁ ପଳାଇଛନ୍ତି ତେବେ ଅଭିଷେକ କାହିଁକି ଆସୁଛନ୍ତି?”