କେବେ ୬ ବର୍ଷ ଛୁଆଙ୍କର ବାଇକ୍ ରେସ୍ ଦେଖିଛନ୍ତି, ଦେଖିଲେ ପାଦ ତଳୁ ମାଟି ଖସିଯିବ, ଆଁ କରି ଚାହିଁ ରହିଥିବେ
ଛୋଟ ଛୁଆଙ୍କର ବାଇକ୍ ରେସିଂ।
ଓଡିଶାଭାସ୍କର: ଆପଣ ଅନେକ ସମୟରେ ବାଇକ୍ ରେସିଂ ଦେଖିଥିବେ, ତାହା ପୁଣି ପ୍ରାପ୍ତ ବୟସ୍କ ଲୋକଙ୍କର। ହେଲେ କେବେ ଛୋଟ ଛୁଆଙ୍କର ବାଇକ୍ ରେସିଂ ଦେଖିଛନ୍ତି? ଯେଉଁମାନଙ୍କର ବୟସ ୬ ବର୍ଷ।
କଥାଟି ଟିକେ ଖଟକା ଲାଗୁଛିନା। ହେଲେ ଏହା ସମ୍ପୂର୍ଣ୍ଣ ସତ। ଆଉ ବଡ଼ ପିଲାଙ୍କ ପରି ଚାଲିଛି ଛୋଟ ଛୋଟ ଛୁଆଙ୍କର ବାଇକ୍ ରେସିଂ। ଆଉ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଛୋଟ ଛୁଆଙ୍କର ବାଇକ୍ ରେସିଂ: ବାଇକ୍ ରେସିଂ ଏକ ରୋମାଞ୍ଚକର ଖେଳ ଯାହାକୁ ସାରା ବିଶ୍ୱରେ ପସନ୍ଦ କରାଯାଏ। ଅନେକ ପ୍ରକାରର ବାଇକ୍ ରେସିଂ ଅଛି, ଯାହା ଭିନ୍ନ ଭିନ୍ନ ମଜା ଦେଇଥାଏ। ଏଥିରେ ରୋଡ୍ ରେସିଂ, ଡ୍ରାଗ୍ ରେସିଂ ଏବଂ ମୋଟୋକ୍ରସ୍ ଅନ୍ତର୍ଭୁକ୍ତ।
ମୋଟୋଜିପି ଏବଂ ସୁପରବାଇକ୍ ବିଶ୍ୱ ଚାମ୍ପିଅନସିପ୍ ପ୍ରମୁଖ ରୋଡ୍ ରେସିଂ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଅନ୍ୟତମ। ଯଦିଓ ଏହି ରେସିଂ ସାଧାରଣତଃ ପ୍ରାପ୍ତ ବୟସ୍କଙ୍କ ପାଇଁ ହୋଇଥାଏ, ହେଲେ ଛୋଟ ପିଲାମାନେ ବାଇକ୍ ରେସିଂ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ପ୍ରକୃତରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ।
ଭାଇରାଲ ଭିଡ଼ିଓ: ଇଣ୍ଡୋନେସିଆର ବୋଗୋରର ଏହି ଭାଇରାଲ ଭିଡିଓରେ ୬ ବର୍ଷର ପିଲାମାନେ ଛୋଟ ଇଲେକ୍ଟ୍ରିକ୍ ବାଇକ୍ ରେ ଏକ ରେସିଂରେ ପ୍ରତିଯୋଗିତା କରୁଥିବା ଦେଖାଯାଇଛି। ଯାହାର ଭିଡ଼ିଓ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ୍ ହେଉଛି।
ସେମାନେ ଆଶ୍ଚର୍ଯ୍ୟଜନକ ଦକ୍ଷତା ଏବଂ ନିୟନ୍ତ୍ରଣ ପ୍ରଦର୍ଶନ କରୁଛନ୍ତି, ଏପରିକି ବଡ଼ ପିଲାଙ୍କ ପରି ଜଣେ ଜଣେ ଅଭିଜ୍ଞ ବାଇକ୍ ଚାଳକଙ୍କ ପରି ସେମାନେ ରେସିଂ କରୁଥିବାର ଦେଖିବାକୁ ମିଳୁଛି।
ଏହି ଛୋଟ ବାଇକ୍ ଗୁଡିକ ସରଳ ମନେହେଉଛି ସତ, କିନ୍ତୁ ଚଲାଇବା ସମୟରେ ଏହି ପିଲାମାନେ ଯେଉଁ ସନ୍ତୁଳନ ପ୍ରଦର୍ଶନ କରୁଛନ୍ତି ତାହା ପ୍ରଶଂସନୀୟ।
ସାଧାରଣତଃ ରେସିଂ ବାଇକ୍ରେ ଦକ୍ଷତା ହାସଲ କରିବା ପାଇଁ ବର୍ଷ ବର୍ଷ ଅଭ୍ୟାସ କରିବାକୁ ପଡ଼ିଥାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି ଏହି ୬ ବର୍ଷର ପିଲାମାନେ କେତେ ଅଭ୍ୟାସ କରିଛନ୍ତି।