H-1B ଭିସା ମହଙ୍ଗା କ୍ଷତି ସହିବ ଆମେରିକା, ଭାରତୀୟଙ୍କୁ ହଇରାଣ କରିବାକୁ ଚାହୁଁଥିଲେ ନିଜେ ଫସିଗଲେ ଟ୍ରମ୍ପ,
ଟ୍ରମ୍ପଙ୍କ ନିଷ୍ପତ୍ତି ଦ୍ୱାରା ଆମେରିକାର ଆଇଟି କ୍ଷେତ୍ର କ୍ଷତିଗ୍ରସ୍ତ ହେବ।
ନୂଆଦିଲ୍ଲୀ: ନିଜ ଚାଲ୍ ରେ ନିଜେ ଫସିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତାକାଲି ଅର୍ଥାତ୍ ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସା ପାଇଁ ଆବେଦନ ଶୁଳ୍କ ପ୍ରାୟ ୯୦ ଲକ୍ଷକୁ ବୃଦ୍ଧି କରିଛନ୍ତି।
ଯାହା ପାଇଁ H-1B ଭିସା ମହଙ୍ଗା ହୋଇଯାଇଛି। ନୂଆ ନିୟମ ଅନୁସାରେ ନୂଆ ଆବେଦନ କଲେ ଏଣିକି ୯୦ ଲକ୍ଷ ଟଙ୍କା ଫି ଦେବାକୁ ପଡ଼ିବ। ଯାହାର ଅଧିକ ପ୍ରଭାବ ଭାରତୀୟ ମାନଙ୍କ ଉପରେ ପଡିବ ବୋଲି ଆଶା କରାଯାଉଛି।
ହେଲେ ଏବେ ଆଉ ବଡ଼ କଥା ସାମ୍ନାକୁ ଆସିଛି। କି ଟ୍ରମ୍ପଙ୍କ ଏହି ନିୟମ ପରିବର୍ତ୍ତନରେ ଆମେରିକା ଅଧିକ କ୍ଷତି ସହିବ। ଆମେରିକାର ଆଇଟି କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।
କ୍ଷତି ସହିବ ଆମେରିକା: ଆମେରିକାର ଆଇନ ପ୍ରଣୋଦକ ଏବଂ ସମ୍ପ୍ରଦାୟ ନେତାମାନେ H-1B ଭିସା ଆବେଦନ ଉପରେ ଶୁଳ୍କ ପ୍ରାୟ ୯୦ ଲକ୍ଷକୁ ବୃଦ୍ଧି କରିବା ଉପରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି।
ସେମାନେ ଏହା ମଧ୍ୟ ଆଶଙ୍କା କରିଛନ୍ତି ଯେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଆଇଟି ଶିଳ୍ପ ଉପରେ ବିପୁଳ ମାତ୍ରାରେ ନକାରାତ୍ମକ ପ୍ରଭାବ ପକାଇବ।
କଂଗ୍ରେସ ସଦସ୍ୟ ରାଜା କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଟ୍ରମ୍ପଙ୍କ H-1B ଭିସା ଉପରେ ପ୍ରାୟ ୯୦ ଲକ୍ଷ ଶୁଳ୍କ ଲାଗୁ କରିବା ନିଷ୍ପତ୍ତି ଆମେରିକାରୁ ଉଚ୍ଚ କୁଶଳୀ କର୍ମଚାରୀମାନଙ୍କୁ ଘଉଡ଼ାଇ ଦେବାର ଏକ ଭୟଙ୍କର ପ୍ରୟାସ।
ଯେଉଁମାନେ ଦୀର୍ଘ ସମୟ ଧରି ଆମେରିକାର କାର୍ଯ୍ୟଶକ୍ତିକୁ ମଜବୁତ କରିଛନ୍ତି, ନବସୃଜନକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ନିଯୁକ୍ତି ଦେଉଥିବା ଶିଳ୍ପ ନିର୍ମାଣ କରିବାରେ ସାହାଯ୍ୟ କରିଛନ୍ତି।
ଆମେରିକାର ଆଇଟି କ୍ଷେତ୍ର ବିପଦରେ: ଜଣେ ଏସୀୟ-ଆମେରିକୀୟ ସମ୍ପ୍ରଦାୟ ନେତା ଏବଂ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରବାସ ନୀତି ଉପରେ ପରାମର୍ଶଦାତା ଅଜୟ ଭୁଟୋରିଆ ଚେତାବନୀ ଦେଇଛନ୍ତି ଯେ ଟ୍ରମ୍ପଙ୍କ H-1B ଭିସା ଫି ବୃଦ୍ଧି କରିବା ପାଇଁ ନୂତନ ଯୋଜନା ଆମେରିକାର ଆଇଟି କ୍ଷେତ୍ରର ପ୍ରତିଯୋଗିତାମୂଳକ ଧାରାକୁ ବିପଦରେ ପକାଇପାରେ।