ଓଡିଶା ଭାସ୍କର: ଅନେକ ବିଜ୍ଞ ଲୋକ କୁହନ୍ତି ପ୍ରତିଦିନ ବହି ପଢିବା ଉଚିତ୍ । ଏହା ଏକ ଭଲ ଅଭ୍ୟାସ ଅଟେ ।ଏବାବଦରେ ଅନେକ ରିସର୍ଚ୍ଚ ମଧ୍ୟ କରାଯାଇଛିା
ତେବେ ପଢିବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏା ପ୍ରତିଦିନ କିଛି ନା କିଛି ନୂଆ ଶିଖିବା ପାଇଁ ମିଳେ, ବୟସ ଆଗରୁ ଅନେକ ବିଷୟରେ ଅଭିଜ୍ଞତା ହୁଏ, ନିଜ ଉପରେ ନିୟନ୍ତ୍ରଣ ରଖିବା ସହଜ ହୁଏ , ଏହିପରି ଆହୁରୀ ଅନେକ ଲାଭ ମିଳିଥାଏା
ଏହାଛଡା ଯଦି ଦେଖିବା ବର୍ତମାନର ପିଲାଙ୍କ ମଧ୍ୟରେ ଧୈର୍ଯ୍ୟ ଶକ୍ତି ବହୁତ କମ ମାତ୍ର ବହି ପଢିବା ଦ୍ୱାରା ଧୈର୍ଯ୍ୟ ଶକ୍ତି ବଢିଥାଏ ଓ ମନ ଶାନ୍ତ ରୁହେ ।
ଗବେଷଣାରୁ ତଥ୍ୟ: ବହି ପଢିବା ଦ୍ୱାରା କେଉଁ ଲାଭ ହୋଇଥାଏ ଏବାବଦରେ ଅନେକ ଗବେଷଣା କରାଯାଇଛିା ଆମେରିକାରେ ଥିବା ଇମୋରି ମହାବିଦ୍ୟାଳୟରେ ଜଣେ ନିଉରୋସାଇଣ୍ଟିଷ୍ଟ ରିସର୍ଚ୍ଚରୁ ଏକ ବଡ ଖୁଲାସା କରିଥିଲେ । ସେ କହିଥିଲେ କି ବହି ପଢିବା ଦ୍ୱାରା ମେମୋରି ପାଓାର ବୁଷ୍ଟ ହୋଇଥାଏା
ସେହିପରି ୟୁନିଭର୍ସିଟି ଅଫ ସକ୍ସେସ ମଧ୍ୟ ୨୦୦୯ରେ ପ୍ରତିଦିନ ବହି ପଢୁଥିବା କିଛି ଲୋକଙ୍କୁ ନେଇ ଏକ ରିସର୍ଚ୍ଚ କରିଥିଲା । ଏଥିରୁ ଜଣାପଡିଥିଲା କି ବହି ପଢିବା ଦ୍ୱାରା ଲୋକଙ୍କୁ ଚିନ୍ତାରୁ ମୁକ୍ତି ମିଳିଥାଏ ।