ସ୍କୁଲ ପିଲାଙ୍କ ଖୁସି କହିଲେ ନସରେ, ଆସନ୍ତାକାଲି ଏହି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ
ସ୍କୁଲ ଛୁଟି କିନ୍ତୁ ଆସିବେ ଶିକ୍ଷକ।
ମାଲକାନଗିରି: ସ୍କୁଲ ପିଲାଙ୍କ ଖୁସି କହିଲେ ନସରେ। କାରଣ ଆସନ୍ତାକାଲି ପାଇଁ ଏହି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ହଁ ଆଜ୍ଞା ବର୍ଷା ଯୋଗୁଁ ଆସନ୍ତାକାଲି ପାଇଁ ଏହି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ଯଦି ଦେଖିବା ଏବେ ରାଜ୍ୟରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ଭାରି ବର୍ଷା ସାଙ୍ଗକୁ ପବନ ବି ବହୁଛି। କେତେକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ମଧ୍ୟ ରେକର୍ଡ କରାଯାଇଛି।
ଯେହେତୁ ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଭାରି ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ମାଲକାନଗିରି ଜିଲ୍ଲାପାଳ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।
ଏହାସହ ଆସନ୍ତାକାଲି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲର ଶିକ୍ଷକଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିରେ ବି ପୂର୍ବରୁ ୨୮ ତାରିଖ ଯାଏଁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିଲା।